ଟ୍ରାକ୍ଟର ଓଲଟି ୨ ଗୁରୁତର
ମୋହନା,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କଣ୍ଟେଇକୁଳି ମୁଖ୍ୟ ରାସ୍ତାରେ ଟ୍ରାକ୍ଟର ଓଲଟି ୨ ଜଣ ଗୁରୁତର ଆହାତ ହୋଇଥିବା ବେଳେ ଡ୍ରାଇଭର ସମେତ ଆଉ ଜଣେ ଜଣେ ଆହାତ ହୋଇଥିବା ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ନାବାଳକ ମାନେ ଭୋଜି ଖାଇ ଘରକୁ ଫେରୁଥିବା ସମୟରେ ଦିଗପହଣ୍ଡି ଗ୍ରାମର ବାଲାଜି ରେଡ୍ଡି ପିଲାମାନଙ୍କୁ ଧରି ଫେରୁଥିବା ବେଳେ କଣ୍ଟେଇକୁଳି ଗ୍ରାମ ମୁଖ୍ୟ ରାସ୍ତାରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ଏଭଳି ଏକ ଦୁଖଦ ଘଟଣା ଘଟିଛି । ଆହାତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଥିଲା । ମେଡିକାଲରେ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଡାକ୍ତର ନମିତା ପଣ୍ଡା କହିଛନ୍ତି ।


