ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨୦୦ଟି ବାତ୍ୟା ଆଶ୍ରୟସ୍ଥଳୀ

ମୋହନା, (ଅଂଶୁମାନ ପଣ୍ଡା) :-ଆଜିର ସାମ୍ଭାବ୍ୟ ବାତ୍ୟା ଓ ବର୍ଷାର ପ୍ରକୋପକୁ ଦୃଷ୍ଟିରେ ରଖି ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ୩୯ ଟି ପଞ୍ଚାୟତରେ ରହିଥିବା ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, ସାଧାରଣ ଲୋକଙ୍କ ଖାଲି ରହିଥିବା ପକ୍କା ଘର ଗୁଡ଼ିକୁ ଆଶ୍ରୟସ୍ଥଳୀ ଭାବେ ଚିହ୍ନଟ କରାଯାଇଛି । ୨ଶହ ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇ ସେଠାରେ ପ୍ରାୟ ୨ ଶହ ଲୋକ ରହିବା , ଖାଇବା, ପାନୀୟ ଜଳର ସୁବିଧା, ବିଦ୍ୟୁତ ଆଲୋକ, ସଫେଇ , ପ୍ରାଥମିକ ଚିକିତ୍ସା ପାଇଁ ଔଷଧ, ମାସ୍କ, ସାନିଟାଇଜର ବ୍ୟବସ୍ଥା କରାଯାଇଥିବା ଭାରପ୍ରାପ୍ତ ଜିପିଇଓ ଖଗେଶ୍ବର ଭୂୟାଁ କହିଛନ୍ତି । ତତ ସହିତ ଗର୍ଭବତୀ ମହିଳାମାନଙ୍କ ପାଇଁ ମା’ ଗୃହର ବ୍ୟବସ୍ଥା , ଆଶା ଓ ଅଙ୍ଗନାବାଡି କର୍ମୀ ନିୟୋଜିତ ହେବା, ଦିବ୍ୟାଙ୍ଗ ମାନଙ୍କୁ ଆଣି କେନ୍ଦ୍ରରେ ରଖିବାର ବ୍ୟବସ୍ଥା କରାଯାଇଛି । ଦୁଇଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଯୋଗୁଁ ବ୍ଳକ କାର୍ଯ୍ୟାଳୟରେ ଏକ କଂଟ୍ରୋଲ ରୁମ ଖୋଲାଯାଇଛି । ପ୍ରତ୍ୟେକ ପଞ୍ଚାୟତରେ ଜଣେ ଜଣେ ନୋଡାଲ ଅଧିକାରୀ ରହିଛନ୍ତି । ତାଙ୍କୁ ସହଯୋଗ କରିବା ପାଇଁ ଗ୍ରାମ ରୋଜଗାର ସେବକ, ଯୋଗାଣ ସହାୟକ, ଆଶା ଓ ଅଙ୍ଗନା ବାଡି କର୍ମୀ ନିୟୋଜିତ ରହିଛନ୍ତି । ବାତ୍ୟା ମୁକାବିଲା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ, ଅଗ୍ନିଶମ ବିଭାଗ,ଜଳ ସମ୍ପଦ ବିଭାଗ, ବିଦ୍ୟୁତ ବିଭାଗ, ପାନୀୟ ଜଳ ବିଭାଗ, ପ୍ରାଣୀ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିଭାଗ ଓ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ପ୍ରସ୍ତୁତ ହୋଇ ରହିବାକୁ ବ୍ଳକ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ