ଶିମିଳିପାଳ କଲେଜ ଅଫ ନର୍ସିଂ ପରିସରରେ ଅନ୍ତର୍ଜାତୀୟ ନର୍ସ ଦିବସ ପାଳିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ବାମନଘାଟି ଉପଖଣ୍ଡ ଅଧିନସ୍ଥ ଶିମିଳିପାଳ କଲେଜ ଅଫ ନର୍ସିଂ କାର୍ଯ୍ୟାଳୟ ପରିସରରେ ବିଶ୍ବର ମହାନ ମହିୟସୀ ନର୍ସ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମ ତିଥି ଉପଲକ୍ଷେ ଅନ୍ତର୍ଜାତୀୟ ନର୍ସ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ଶୁଭଶ୍ରୀ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଉକ୍ତ ସଭା କାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ଟେକ୍ନୱାଲ୍ଡ କଲେଜର ଅଧ୍ୟକ୍ଷ ଶିକ୍ଷାବିତ ଶ୍ରୀଯୁକ୍ତ ଲଳିତ ମୋହନ ପ୍ରଧାନ ଯୋଗ ଦେଇ ନର୍ସିଂ ଛାତ୍ର ଛାତ୍ରୀ ମାନଙ୍କୁ ସେବା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସେବା ମନୋଭାବ ପାଇଁ କର୍ତ୍ତବ୍ୟ ପାଳନ କରିବା ସହ ନିଜକୁ ମାର୍ଜିତ କରିବା ପାଇଁ ଉପଦେଶ ଦେଇଥିଲେ । ମୁଖ୍ୟବକ୍ତା ରୂପେ ଶ୍ରୀମତି ଜ୍ୟୋତ୍ସ୍ନା ରାଣୀ ନାୟକ ଯୋଗେ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଆଜିର ଦିନକୁ କାହିଁକି ବିଶ୍ଵ ସେବିକା ଦିବସ ପାଳିତ କରାଯାଇଥାଏ? ଏହି ବିଷୟରେ ପୁଙ୍ଖନୁ ପୁଙ୍ଖନ୍ ଭାବରେ ବୁଝାଇ ଥିଲେ । ନର୍ସ ମାନେ ଦେବଦୂତ ।ଡାକ୍ତର ଓ ରୋଗୀମାନଙ୍କ ମଧ୍ୟରେ ସେତୁ । ଡାକ୍ତର ରୋଗର ଲକ୍ଷଣ ଦେଖି ଔଷଧ ଲେଖିଲେ ନର୍ସ ମାନେ ରୋଗୀମାନଙ୍କୁ ସେହି ଅନୁସାରେ ନିସ୍ବାର୍ଥପର ସେବା ଯୋଗାଇଥାନ୍ତି । ସ୍ନେହ, ମମତା, ପ୍ରେମ, ଦୟା ଓ ସେବାର ପ୍ରତିକ ହେଉଛନ୍ତି ନର୍ସ । ସେମାନଙ୍କର ବଳିଦାନ, ନିଷ୍ଠା ଓ ତ୍ୟାଗ ସାରା ବିଶ୍ବରେ ଅତୁଳନୀୟ ଓ ଅବର୍ଣ୍ଣନୀୟ ।କରୋନା ମହାମାରୀ ସମୟରେ ସେମାନଙ୍କ ଦାୟିତ୍ବ ଓ ସେବାକୁ ମାନବ ସମାଜ କେବେ ଭୁଲିବନାହିଁ ବୋଲି ଅତିଥି ମହୋଦୟ ବକ୍ତବ୍ୟରେ ରଖିଥିଲେ । ସମ୍ମାନିତ ଅତିଥି ରୂପେ ବଡ଼ ପାହାଡ଼ ଏଜୁକେଶନାଲ ଟ୍ରଷ୍ଟର ଟ୍ରଷ୍ଟି ମେମ୍ବର ଇଂ ଉମାକାନ୍ତ ମହାନ୍ତ , ରାଇରଙ୍ଗପୁର କଲେଜର ଦାରସିଂ ମହାନ୍ତ, ଆଇନଜୀବୀ ଭବାନୀ ଶଙ୍କର ମହାନ୍ତି, ଇଂଗୌରାଙ୍ଗ ମହାନ୍ତ, ଇଞ୍ଜିନିୟର ଅର୍ଚିସମାନ ବେହେରା, ଅଜିତ୍ ମହାନ୍ତ, ପ୍ରଦ୍ୟୁମ୍ନ ଦତ୍ତ ପ୍ରମୁଖ ଯୋଗ ଛାତ୍ର ଛାତ୍ରୀ ମାନଙ୍କୁ ସେବିକା ଦିବସର ଉପାଦେୟ ତଥ୍ୟ ବଖାଣି ଥିଲେ । ଅନ୍ୟମାନଙ୍କ ମଧ୍ୟରେ କଲେଜର ଅଧ୍ୟାପିକା ନିହାରିକା ମୁଦୁଲି, ଅଧ୍ୟାପକ ରଜତ ମହାନ୍ତ ଛାତ୍ରୀ ମାନଙ୍କ ମଧ୍ୟରେ ଝରଣା ମହାନ୍ତ,ପୂଜା ବୋରା, ଆର୍ସୁ ମୁର୍ମୁ, ବୈଜନ୍ତି ହେମ୍ବ୍ରମ ପ୍ରମୁଖ ସହଯୋଗ କରିଥିଲେ ।ସମାଜର ରୋଗୀମାନଙ୍କୁ ସେବା ଯୋଗାଇ ଦେବା ପାଇଁ ନର୍ସିଂ ପାଠକୁ ଆପଣେଇଥିବା ରୁ ନର୍ସିଂ ଛାତ୍ରୀମାନେ ନିଜକୁ ଧନ୍ୟ ମଣିଥିଲେ ।