୫-ଟି ସଚିବଙ୍କୁ କୃତ ଜ୍ଞତାଦେଲେ ଏସଏସବି ଅଧ୍ୟାପକ ସଙ୍ଘ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ରାଜ୍ୟରେ ଥିବା ୪୪୮ବର୍ଗ ମହାବିଦ୍ୟାଳୟ ଗୁଡିକର ସୁପରିଚାଳନା ନିମନ୍ତେ ୨୦୧୬ମସିହାରେ ରାଜ୍ୟ ସରକାର ବିଭିନ୍ନ ବିଭାଗରେ ରାଜ୍ୟ ପ୍ରବରଣ ମଣ୍ଡଳୀ ଦ୍ୱାରା (ଏସଏସବି)ପ୍ରାୟ ୧୬୬୪ ଅଧ୍ୟାପକଙ୍କୁ ନିୟମାନୁଯାୟୀ ନିଯୁକ୍ତି ପ୍ରଦାନ କରିଥିଲେ । ଏଥିରୁ ଉଚ୍ଚଶିକ୍ଷାର ଅଗ୍ରଗତି ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା ସ୍ପଷ୍ଟ ବାରିହୋଇ ପଡେ । ଦୀର୍ଘବର୍ଷ ପରେ ରାଜ୍ୟ ପ୍ରବରଣ ମଣ୍ଡଳୀ ଦ୍ୱାରା ଅଧ୍ୟାପକ ଚୟନ ହୋଇ ତିନିବର୍ଷ ପର୍ଯ୍ୟନ୍ତ ବିଭିନ୍ନ ମହାବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାପରେ ସରକାରଙ୍କ ଏହି ଫଳପ୍ରସୂ ଯୋଜନାର ସଫଳତା ଶିକ୍ଷା କ୍ଷେତ୍ରରେ ବିଶେଷ ପ୍ରଭାବ ପକାଇବାରୁ ସରକାର ଅଧିକ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦେଶ୍ୟରେ ୨୦୧୮ମସିହାରେ ୮୩୩, ୨୦୨୧ମସିହାରେ ୪୭୬ ପଦ ପୁରଣ ନିମନ୍ତେ ନୂତନ ବିଜ୍ଞାପନ ପ୍ରକାଶ କରି ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି । ସରକାରଙ୍କ ଏହି ସାଧୁ ଉଦ୍ୟମ ନିମନ୍ତେ ଓଡିଶାର ସମସ୍ତ ଶିକ୍ଷିତ ଯୁବ ବର୍ଗ ଅତ୍ୟନ୍ତ ଆନନ୍ଦିତ ହେବା ସହ ଶିକ୍ଷାର ମାନଦଣ୍ଡକୁ ସୁଦୃଢ କରିବା ପାଇଁ ସଦା ଚେଷ୍ଟିତ । ଏସଏସବି ଦ୍ୱାରା ନିଯୁକ୍ତି ପାଇଥିବା ୩ହଜାର ୫ଶହରୁ ଉର୍ଦ୍ଧ୍ୱ ଅଧ୍ୟାପକ ବୃନ୍ଦ ଓଡିଶା ଶିକ୍ଷାର ମେରୁଦଣ୍ଡ ସାଜିଛନ୍ତି । ଏହି ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଚାକିରୀ ସର୍ତ୍ତାବଳୀ ଜନିତ କିଛି ତୃଟିବିଚ୍ୟୁତିକୁ ସମାଧାଉନ କରିବା ପାଇଁ ପ୍ରଥମ ଅଣନିର୍ବାଚିତ ସଭାପତି ସ୍ୱର୍ଗତ ଅଧ୍ୟାପକ ସୁନିଲ କୁମାର ମଲ୍ଲିକ, ସମ୍ପାଦକ ଡଃ. ଲମ୍ବୋଦର ରାଉତ ଏବଂ କାର୍ଯ୍ୟକାରୀ ପରିଷଦ ସଭ୍ୟଙ୍କୁ ନେଇ ତତ୍କାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ଉଚ୍ଚଶିକ୍ଷା ସଚିବ, ଏସଏସବି ନିର୍ଦେଶକ, ୫-ଟି ସଚିବ, ଉଚ୍ଚଶିକ୍ଷା ବିଭାଗର ଉପନିର୍ଦେଶକ ପ୍ରମୁଖଙ୍କୁ ସ୍ମାରକପତ୍ର ପ୍ରଦାନ ସହ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ସଭାପତି ସ୍ୱର୍ଗତ ମଲ୍ଲିକଙ୍କ ବିୟୋଗ ପରେ ନୂତନ ଭାବେ ଚୟନ ହୋଇଥିବା ସଭାପତି ଡଃ. ପ୍ରଦୀପ୍ତ ରଞ୍ଜନ ପଟ୍ଟନାୟକ, ସମ୍ପାଦକ ଡଃ. ଲମ୍ବୋଦର ରାଉତ, କୋଷାଧ୍ୟକ୍ଷ ଡଃ. ପ୍ରସନ୍ନ କୁମାର ବରାଳ, କାର୍ଯ୍ୟକାରୀ ପରିଷଦ ସଭ୍ୟ ଅଧ୍ୟାପକ ଡଃ. ସନ୍ଦିପ ବଳ, ଜ୍ଞାନରଞ୍ଜନ ଦାସ, ଡଃ. ଜ୍ୟୋତିପ୍ରକାଶ ପଲାଇ, ଡଃ. ଆନନ୍ଦ ଚନ୍ଦ୍ର ନାୟକ, ରାଜେଶ କୁମାର ସେଠୀ, ସରୋଜକାନ୍ତ ନାୟକ, ଅଚ୍ୟୁତାନନ୍ଦ ମହାରଣା, ରଜନୀ କୁମାର ନାୟକ, ଜୀତେନ୍ଦ୍ର କୁମାର ଦାସ, ଡଃ. ଦେବକାନ୍ତ ଷଡଙ୍ଗୀ ପ୍ରମୁଖଙ୍କ ପ୍ରତ୍ୟେକ୍ଷ ଉଦ୍ୟମରେ ଗତ ଅପ୍ରେଲମାସ ୨୮ତାରିଖରେ ସରକାରଙ୍କ ପତ୍ର ସଂଖ୍ୟା – ୪୪୬/୧୮୨୦୨୨୦୦୦୦୭ଦ୍ୱାରା ଏକ ପଞ୍ଜିକୃତ ସଂଗଠନର ମାନ୍ୟତା ଲାଭ କରିଛି । ଏହାକୁ ନେଇ ସଂଗଠନର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ପଞ୍ଜିକରଣ ଫଳରେ ସଂଗଠନ ତା’ର ସଭ୍ୟ/ସଭ୍ୟାମାନଙ୍କ ବିଭିନ୍ନ ସମସ୍ୟାକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ଏକ ସ୍ୱିକୃତୀ ପାଇପାରିଛି । ଏଥିନିମନ୍ତେ ସଙ୍ଘର ସଭାପତି, ସମ୍ପାଦକ ଓ କାର୍ଯ୍ୟକାରୀ ପରିଷଦ ସଦସ୍ୟବୃନ୍ଦ ରାଜ୍ୟ ସରକାର, ୫-ଟି ସଚିବ, ଉଚ୍ଚଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ସଚିବଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ ସହ ଏସଏସବି ଅଧ୍ୟାପକସମୂହଙ୍କ ସମସ୍ୟା ପ୍ରତି ଉଦାରଶୀଳ ହେବାକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ