ଲୋକଙ୍କ ସମସ୍ୟା ନେଇ ଆଲୋଚନା କଲେ ବିଧାୟକ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ ମଇ ୧୫ ତାରିଖ ଦିନ ଲୋକଙ୍କ ସମସ୍ୟା ନେଇ ଆଲୋଚନା କରିବା ସହ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ବୁଲି ଅନୁଧ୍ୟାନ କରିଥିବା ଜଣାପଡିଛି । ପ୍ରଥମେ ପୋଲସରା ଏନଏସି ର ୧୯ ନମ୍ବର ୱାର୍ଡ ଲୁଣିଘାଟି ଗ୍ରାମକୁ ଯାଇ ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବା ସହ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଏହାପରେ ବୁଗୁଡା ବ୍ଲକର ଭାମଶ୍ୟାଳି ପଞ୍ଚାୟତ କୁ ବିଧାୟକ ଶ୍ରୀ ସାହୁ ଯାଇଥିଲେ । ଭାମଶ୍ୟାଳି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବୈଠକରେ ଯୋଗଦେଇ ଲୋକଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏଥି ସହିତ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ପରିଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ