ପାରଳାରେ ଶ୍ରୀ ନୃସିଂହ ଚତୁର୍ଦ୍ଦଶୀ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣସାହି ଠାରେ ଥିବା ଶ୍ରୀନୃସିଂହନାଥ ମନ୍ଦିରରେ ଶ୍ରୀନୃସିଂହ ଚତୁର୍ଦ୍ଦଶୀ ପାଳିତ ହୋଇଯାଇଛି । ଏଥି ଉପଲକ୍ଷେ ପ୍ରାତଃ ସମୟରୁ ପ୍ରଭୃ ନୃସିଂହନାଥଙ୍କୁ ରୀତିନୀତି ଅନୁଯାୟୀ ଅଭିଷେକ କରାଯାଇ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ସନ୍ଧ୍ୟା ସମୟରେ ଠାକୁରଙ୍କ ଜନ୍ମ ତିଥି ମନ୍ଦିରରେ ଆୟୋଜନ କରାଯାଇଥିଲା । ସହରର ଏକମାତ୍ର ପ୍ରସିଦ୍ଧ ନୃସିଂହନାଥ ମଠ ହୋଇଥିବାରୁ ଏଠାରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଭୋଗ, ଦୀପ, ଆରତି, ପଣା ଆଦି ଭୋଗ ଲଗାଇଥିବାର ଦେଖିବାକୁ ମିଳିଥିଲା । ମଠର ମହନ୍ତ ଶ୍ରୀମଦନମୋହନ ଦାସଜୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଶନିବାର ସାର୍ଥ ତିଥିରେ ନୃସିଂହ ଚତୁର୍ଦ୍ଦଶୀ ପଡୁଥିବା ଯୋଗୁଁ ପାଳନ କରାଯାଇ ନଥିବା ବେଳେ ରବିବାର ପରାମର୍ଥ ତିଥିରେ ପଡୁଥିବା ଯୋଗୁଁ ଆମେ ପାଳନ କରୁଛୁ ବୋଲି କହିଛନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିରର ବାବା ବଧୂସୁଦନ ଦାସଜୀ, ପୂଜକ ନାରାୟଣ ଦାସ ପ୍ରମୁଖ ପରିଚାଳନା କରିଥିଲେ ।