ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବକ ବିଭିନ୍ନ ସ୍ଥାନରେ ୧୦୦ଦିନିଆ ଯୋଗ ଶିବିର ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡାମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବକେନ୍ଦ୍ର ତରଫରୁ ଆନ୍ଦର୍ଜାତୀୟ ଯୋଗ ଦିବସର ପ୍ରସ୍ତତି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଜୁନ ୨୧ ତାରିଖରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଏଥର ଯୁବ ବ୍ୟାପାର ଓ କ୍ରୀଡାମନ୍ତ୍ରଣାଳୟ ଦ୍ୱାରା ଏକ ନିଆରା ପ୍ରୟାସ କ୍ରମରେ ସାରା ଦେଶରେ ଏହି ଦିବସ ପାଳନ ପୂର୍ବକ ୧୦୦ଦିନ ପୂର୍ବରୁ ଯୋଗ ଶିିବିର କରାଯିବ । ଏହି ପରୀପ୍ରେକ୍ଷୀରେ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୋଗ ଶିବିର ଆରମ୍ଭ ହୋଇଛି । ଜିଲ୍ଲାର କାଶୀନଗର, ରାୟଗଡ ଏବଂ ଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ଏନ୍‌ୱାଇକେର ସ୍ଥାନୀୟ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଯୁବକ ସଂଘ ମାନଙ୍କ ସହଯୋଗରେ ପ୍ରଚାର ପ୍ରସାର କରାଯାଇ ଯୋଗ ଶିବିରମାନ ଆରମ୍ଭ କରାଯାଇଛି । ଏଥି ଉପଲକ୍ଷେ ସମ୍ପୃକ୍ତ ଗ୍ରାମାଞ୍ଚଳ ଗୁଡିକର ଗ୍ରାମବାସୀ ବିଶେଷ କରି ଛୋଟ ଛୋଟ ପିଲା ଓ ଯୁବବର୍ଗ ସାମିଲ ହେଉଥିବାର ଲକ୍ଷ୍ୟ କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ହେଉଥିବା ବେଳେ ଆସନ୍ତା ଜୁନ ୨୧ତାରିଖରେ ଜିଲ୍ଲାସ୍ତରୀୟ ଯୋଗ କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ