ରାଜ୍ୟରାଣୀ ଟ୍ରେନ୍‌ରେ ୟୁଟିଏସ୍ ଟିକଟ ବିକ୍ରୀ ପାଇଁ ଦାବି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କୋଭିଡ ନିୟମ କୋହଳ ହେବା ପରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ରେଳମନ୍ତ୍ରଣାଳୟ କିଛି ବିଶେଷ ଟ୍ରେନ୍‌ରେ ସଂରକ୍ଷିତ ଟିକେଟ ସହ ଅଣ ସଂରକ୍ଷିତ ଟିକେଟର ପ୍ରଚଳନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ପୁରୀ-ଗୁଣୁପୁର-ବିଶାଖାପାଟଣା-ଗୁଣୁପୁର ସମେତ ଅନେକ ଟ୍ରେନ୍‌ରେ ଅଣସଂରକ୍ଷିତ ଟିକେଟର ବ୍ୟବସ୍ଥା ରହିଛି କିନ୍ତୁ ପ୍ରତିଦିନ ପାରଳାଖେମୁଣ୍ଡି ଦେଇ ଯାତାୟତ କରୁଥିବା ଗାଡି ନମ୍ବର ୧୮୧୧୭ ଓ ୧୮୧୧୮ ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଟ୍ରେନ୍‌ରେ ଅଣସଂରକ୍ଷିତ ଟିକେଟ ବ୍ୟବସ୍ଥା ନାହରିଁ । ଭୁବନେଶ୍ୱର, ରାଉରକେଲା ଯିବାପ।।ଇଁ ଏହା ହେଉଛି ଏକମାତ୍ର ଟ୍ରେନ୍ ଯାହା ଉପରେ ଏହି ଅଞ୍ଚଳର ହଜାର ହଜାର ସଂଖ୍ୟକ ଯାତ୍ରୀ ନିର୍ଭର କରନ୍ତି । କିନ୍ତୁ ସଂରକ୍ଷିତ କାଉଣ୍ଟର ପାରଳାଖେମୁଣ୍ଡି ଷ୍ଟେସନ ଠାରୁ ୩ କିମି ଦୂରରେ ଥିବାରୁ ଟିକେଟ କିଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଦ୍ୱାରା ଅଧିକାଂଶ ଯାତ୍ରୀ ବିନା ଟିକେଟରେ ଯାତ୍ରା କରିବା ପାଇଁ ବାଧ୍ୟ ହେଉଛନ୍ତି । ଏହାର ସୁଯୋଗ ନେଇ ଟିକେଟ ଯାଞ୍ଚ ଅଧିକାରୀମାନେ ମାଲାମାଲ ହେଉଛନ୍ତି । ଅନ୍ୟପଟେ ରେଳ ବିଭାଗ ବହୁତ କିଛି ରାଜସ୍ୱ ହରାଉଛିି । ତେଣୁ ଏସବୁକୁ ରୋକିବା ପାଇଁ ତଥା ଯାତ୍ରୀମାନଙ୍କ ସୁରୁଖୁରୁ ଯାତ୍ରା ଓ ରେଳ ବିଭାଗର ରାଜସ୍ୱ ବୃଦ୍ଧି ପାଇଁ ତୁରନ୍ତ ରାଜ୍ୟରାଣୀ ଟ୍ରେନ୍‌ରେ ୟୁଟିଏସ୍ ତଥା ଅଣସଂରକ୍ଷିତ ଟିକେଟ ବିକ୍ରି ବ୍ୟବସ୍ଥା ଓ ୩କିମି ଦୂରରେ ଥିବା ସଂରକ୍ଷିତ କାଉଣ୍ଟରକୁ ରେଳଷ୍ଟେସନ ପରିସରକୁ ସ୍ଥାନାନ୍ତରିତ କରିବା ପାଇଁ ବିଭିନ୍ନ ସଂଗଠନ ସମେତ ଗୌରହରିପାଠାଗାରର କର୍ମକର୍ତ୍ତା ତଥା ବରିଷ୍ଠ ନାଗରିକ ରମେଶ ଚନ୍ଦ୍ର ପାଢୀ, ପ୍ରଫୁଲ ଚନ୍ଦ୍ର ପାଣିଗ୍ରାହୀ, ବଳରାମ ଚୌଧୁରୀ ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ