ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ଦାନ ଜାରି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଚାଲିଥିବା ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ସହଯୋଗର ହାତବଢାଇ ଚାଲିଛନ୍ତି ଜଗନ୍ନାଥ ପ୍ରେମୀ ବା ଶ୍ରଦ୍ଧାଳୁ । ଏହି ପରିପ୍ରେକ୍ଷୀରେ ନିର୍ମାଣ କାର୍ଯ୍ୟ ଲାଗି ବ୍ୟବହୃତ ବିଭିନ୍ନ କାମରେ ନିୟୋଜିତ ଶ୍ରମିକଙ୍କ ପାରିଶ୍ରମିକ ଆଦି ପାଇଁ ଲୋକେ ଯାହାର ଯେତିକି ସାମର୍ଥ୍ୟ ଅନୁସାରେ ସ୍ୱଇଚ୍ଛାରେ ପ୍ରଦାନ କରୁଛନ୍ତି । ଏପରି ଭକ୍ତ ବା ଶ୍ରଦ୍ଧାଳୁମାନେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ସକାଶେ ବେଶ ମନବଳାଇ ଆଗଭର ହୋଇ ସହାୟତା ପ୍ରଦାନ କରୁଥିବାର ଲକ୍ଷ୍ୟ କରାଯାଉଛି । ସହରର ଜଗନ୍ନାଥ ଭକ୍ତ ମନମୋହନ ରାଜଗୁରୁଙ୍କ ବଡଭାଇ ଲଳିତ ମୋହନ ରାଜଗୁରୁ ୫୦ହଜାର ଟଙ୍କା ସମାଜସେବୀ ଦୁର୍ଗାମାଧବ ପାଣିଗ୍ରାହୀଙ୍କୁ ପ୍ରଦାନ କରିଛନ୍ତି । ଲଳିତ ମୋହନାଙ୍କ ଏପରି ବଦାନ୍ୟତାକୁ ନେଇ ଚାରିଆଡୁ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ