ଯୁବକଙ୍କର ମୃତ ଦେହ ଉଦ୍ଧାର : ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା କଇଠଢେପ ଗାଁ ନିକଟରେ ଯୁବକର ମୃତ ଦେହ ଜବତ କରିଛି ପୋଲିସ । ମୃତ ଯୁବକ ଜଣକ ହେଲେ, ମାଛଘରା ଗାଁର କାବଲା ବଳିଆରସିଂ । ଘଟଣା ସ୍ଥଳରେ ପୋଲିସ ପହଂଚି ଛାନ ଭିନ ଆରମ୍ଭ କରିଥିବା ବେଳେ ପୋଲିସ ମୃତ ଯୁବକର ସାନ ଭାଇ ଓ ଜଣେ ସହଯୋଗୀକୁ ଅଟକ ରଖି ପଚରା ଉଚରା କରୁଛି । ଗତ ୧୭ ତାରିଖରେ ମୃତ କବୁଲା ଓ ତାର ସାନ ଭାଇ ଦୁହେଁ କାନକଟା ଗାଁରେ ଏକ ଭୋଜିରେ ଯୋଗ ଦେବା ପରେ ସେଠାରୁ କଇଠଢେପ ଗାଁକୁ ମଦ ପିଇବାକୁ ଯାଇଥିଲା । ଗତକାଲି କାବୁଲାର ମୃତ ଦେହ କଇଠଢେପ ଗାଁ ନିକଟସ୍ଥ ଜଙ୍ଗଲ ରାସ୍ତା ପାଶ୍ୱରେ ପଡ଼ିଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ମୃତ କାବୁଲାର ବଡ଼ ଭାଇ ଭାଇକୁ କଇଠଢେପ ଗାଁର କିଛି ଲୋକେ ମିଶି ହତ୍ୟା କରିଛନ୍ତି ବୋଲି ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ସାନ ଭାଇ ସମେତ ସଙ୍ଗାତକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ମୃତ ଦେହର ବିଭିନ୍ନ ସ୍ଥାନରେ ପୋଡା କ୍ଷତ ଚିହ୍ନ ଥିବା ବେଳେ କେଉଁ କାରଣରୁ ହତ୍ୟା କରାଯାଇଛି ତଦନ୍ତ ପରେ ଜଣା ପଡିବ। ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ