ଆବଶ୍ୟକ ମୁତାବକ ବିହନ ଓ ସାର, ଜୈବିକ ସାର , ଧନିଚା ବିହନ ଯୋଗାଇବାନିମନ୍ତେ ଋଷିକୂଲ୍ୟା ରୟତ ମହାସଭାର ଦାବୀ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଚାଷୀଙ୍କ ପାଖରେ ଧାନ ବିହନ ନିଥିବାରୁ ଆବଶ୍ୟକ ମୁତାବକ ବିହନ ଓ ସାର, ଜୈବିକ ସାର , ଧନିଚା ବିହନ ଆଦି ଯୋଗାଇବା ସହ ଚାଷୀଙ୍କ ହିତନିମନ୍ତେ ୧୦ଦଫା ଦାବୀ ନେଇ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବିହନ ବିଶୋଧନ ଓ ଧାଡିରୂଆ ଚାଷ ପାଇଁ ଗୁରୁତ୍ୱ ଦେଇ ଚାଷୀମାନଙ୍କୁ ପ୍ରୋତ୍ସାହନ ଦିଆଧାଉ, ପ୍ରତି ପଞ୍ଚାୟତରେ କୃଷି ସହାୟକ କେନ୍ଦ୍ର ଖୋଲି ବିହନ, ସାର , ଯନ୍ତ୍ରପାତି ଆଦି ଚାଷ ଉପକରଣ ରିହାତିରେ ଯୋଗାଇ ଦିଆଯାଉ, ବନ୍ୟାଜଳ ନିଷ୍କାସନ କରିବା ନିମନ୍ତେ କେନାଲ ଗୁଡିକର ପୁନଃରୁଦ୍ଧାର କରାଯାଉ, ଜଳସେଚନ ର ସୁବିଧା ନିମନ୍ତେ ସମସ୍ତ ଉଠାଜଳସେଚନ ପ୍ରକଳ୍ପ ଏବଂ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ କରାଯାଉ , ସମସ୍ତ ଚାଷୀ ଓ ଭାଗଚାଷୀଙ୍କୁ କୃଷି ଋଣ ପ୍ରଦାନ କରାଯାଉ, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦେଇ ସବୁ ସରକାରୀ ସହାୟତା ପ୍ରଦାନ କରାଯାଉ ଭଳି ବିଭିନ୍ନ ଦାବୀ ଗୁଡିକ ଉକ୍ତ ସ୍ମାରକ ପତ୍ରରେ ଦର୍ଶାଯାଇଛି । ଏହି ସ୍ମାରକ ପତ୍ର ପ୍ରଦାନ ଋଷିକୂଲ୍ୟା ରୟତମହାସଭାର ସମ୍ପାଦକ ସିମାଞ୍ଚଳ ନାହାକଙ୍କ ସମେତ ବହୁଚାଷୀ ନେତା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ