ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସାକ୍ଷାତ

ନୂଆଦିଲ୍ଲୀ/ଭୁବନେଶ୍ୱର : ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଭେଟିଛନ୍ତି । ଉଭୟ ରାଜ୍ୟରେ ପେଟ୍ରୋଲିୟମ୍‌, ପ୍ରାକୃତିକ ଗ୍ୟାସ୍ ଏବଂ ଇସ୍ପାତ ମନ୍ତ୍ରାଳୟ ଅଧୀନରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି । ଜୈବ ଇନ୍ଧନ ଏବଂ ସିଟି ଗ୍ୟାସ୍ ବିତରଣ (ସିବିଜି) ପାଇଁ ଛତିଶଗଡ଼ ଉତ୍କୃଷ୍ଟ ସ୍ଥାନ ହୋଇଥିବା ବେଳେ ଏହି ଆଲୋଚନା କାଳରେ ଉଭୟ ଜୈବ ଇନ୍ଧନର କ୍ଷମତା ଓ ଉତ୍ପାଦନକୁ ବୃଦ୍ଧି କରିବା ଉପରେ ଚର୍ଚ୍ଚା କରିଥିଲେ ।
ସେହିପରି ଭିଲାଇ ଇସ୍ପାତ କାରଖାନାର ଦକ୍ଷତା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା । ଛତିଶଗଡ଼ର ସମଗ୍ର ବିକାଶ ପାଇଁ ବିଶେଷ ଭାବେ ଖଣି ଲିଜର ସଂପ୍ରସାରଣ ସମେତ ଏନଏମ୍‌ଡିସିର ବର୍ତ୍ତମାନ ଏବଂ ଭବିଷ୍ୟତର ପ୍ରକଳ୍ପ ପାଇଁ ଶ୍ରୀ ପ୍ରଧାନ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ