ଇତିହାସ ବିଭାଗ ପକ୍ଷରୁ ଆଲୋଚନା ଚକ୍ର

ବୁଗୁଡା , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମଜିଲ୍ଲାର ବୁଗୁଡାସ୍ଥିତ ପିପୁଲସ କଲେଜର ଇତିହାସ ବିଭାଗ ପକ୍ଷରୁ ” ଭାରତ ଇତିହାସର ଉତ୍ସ ” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଡ଼ଃ.ପ୍ରଦୀପ କୁମାର ଦଶ ଏଥିରେ ଅଧ୍ୟକ୍ଷତା କରିଥିଲେ । ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଇ ପାଠଚକ୍ର ବିଷୟରେ ଉଦବୋଧନ ଦେବାପରେ +୩ ପ୍ରଥମ ବର୍ଷ ଛାତ୍ରୀ ବର୍ଷାରାଣୀ ମହାରଣା ସନ୍ଧର୍ଭ ପଠନ କରିଥିଲେ।ଏହାପରେ ପ୍ରଶ୍ନୋତ୍ତର କାର‌୍ୟ୍ୟକ୍ରମରେ ଛାତ୍ରୀ ଛାତ୍ର ବୃନ୍ଦ ଅଂଶ ଗ୍ରହଣ କରିଥିଲେ।ଶେଷରେ ଇ . ଦେବଶ୍ରୀ ଦୋରା ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ