ଧର୍ମପରାୟଣ ମହିଳାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଜଣେ ଧର୍ମପରାୟଣ ମହିଳାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯାଇଛି । କୋଟା ବରାଲୁଆମ୍ମା (୯୪) ବୟସ ହୋଇଥିଲେ ବି ଅଞ୍ଚଳର ଧାର୍ମିକ କାର୍ଯ୍ୟରେ ଜଡିତ ରହି କାର୍ଯ୍ୟ କରିଥିବାରୁ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି । ସ୍ୱର୍ଗତ ବରାଲୁଆମ୍ମାଏବଂ ତାଙ୍କ ପରିବାର ବର୍ଗଙ୍କ ଅବଦାନରେ କେଉଟ ସାହି ଠାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କରି ଥିବାର ଜଣାପଡିଛି । ମୃତ୍ୟୁ ବେଳକୁ ସମସ୍ତ ପୁଅ ଝିଅ ତଥା ନାତିନାତୁଣୀ ଉପସ୍ଥିତ ଥିବା ବେଳେ ପୁତ୍ର କୋଟା ପ୍ରସାଦ ମୁଖାଗ୍ନି ଦେଇଥିଲେ । ସେ ଜଣେ ମିଷ୍ଠଭାସୀ ଏବଂ ପରଉପକୋରୀ ବକ୍ତିତ୍ୱ ଥିଲେ । ଏତଦ୍ ବ୍ୟତୀତ ପାରଳାଖେମୁଣ୍ଡି ସହରରେ ଥିବା ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହ ଜଡିତ ରହି ପୂଜାପାଠରେ ମଗ୍ନ ରହୁଥିଲେ । ତାଙ୍କରି ବିୟୋଗରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ପୂର୍ବତନ ପୌରଅଧ୍ୟକ୍ଷା ଏମ୍‌.ଲଳିତା, ବରିଷ୍ଠ ନେତା କେ.ରାମସ୍ୱାମୀ, ସାମ୍ବାଦିକ ସଂଘର ସଭାପତି ଗରୁଡଧ୍ୱଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା ପ୍ରମୁଖଙ୍କ ସମେତ ସହରର ବିଶିଷ୍ଠ ମାଣ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ