ମନ ମୋହିଲା ଦିବ୍ୟାଙ୍ଗ ଭଜନ ସନ୍ଧ୍ୟା
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଗଣିଜାଙ୍ଗ ବଜାରସ୍ଥିତ କାଳୀପଡିଆ ଠାରେ ଦିବ୍ୟାଙ୍ଗ କଳାକାରଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କଳାକାର ମାନେ ବିଭିନ୍ନ ଅନୁଷ୍ଠାନ ବୁଲି ଭଜନ ଗାଉ ଥିବାର ଦେଖିବାକୁ ମିଳିଛି । ସେମାନେ ଭିନ୍ନକ୍ଷମ ନୁହନ୍ତି ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ଦେଖାଇ ଦେଇଛନ୍ତି । ପ୍ରଥମେ ଜଗନ୍ନାଥଙ୍କ ଭଜନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଦିବ୍ୟାଙ୍ଗ ମାନଙ୍କ ଏହି ଭଜନ କାର୍ଯ୍ୟକ୍ରମ ଦର୍ଶନ ମାନଙ୍କୁ ବେଶ ଆକୃଷ୍ଟ କରିଥିଲା । ଭଜନରେ ମୁଗ୍ଧ ହୋଇ ଦର୍ଶକ ମାନେ ଦାନବାକ୍ସରେ ଦାନ କରୁଥିବା ଦେଖାଯାଇଥିଲା । ବଜାରର ବ୍ୟବସାୟୀ ମାନେ ଚାନ୍ଦା ଆଦାୟ କରି କଳାକାର ମାନଙ୍କୁ ଦେଇଥିଲେ ।


