ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ ଉଦଯାପିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହିଞ୍ଜିଳିକାଟୁ ପୌରାଞ୍ଚଳ ପାଟଣା ସାହି ଲକ୍ଷ୍ମୀ ନୃସିଂହ ମନ୍ଦିର ସମ୍ମୁଖରେ ୧୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ବୁଧବାର ଉଦଯାପିତ ହୋଇଯାଇଛି । ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗଦେଇ ଆଧ୍ୟାତ୍ମିକ ଚେତନା ଓ ମାର୍ଗ ହିଁ ସମାଜକୁ ଆଗେଇ ନେବା ସହ ସାମଜରୁ କୁସଂସ୍କାର ବିଲୋପ କରିବାରେ ପ୍ରମୁଖ ଭୂମିକା ନେବା ସହ ସମଗ୍ର ମାନବ ସମାଜ ପ୍ରଭୁ ଶ୍ରୀରାମଙ୍କ ପଥ ଅନୁସରଣ କରି ଦେଶ ଗଠନରେ ନିୟୋଜିତ କଲେ ହିଁ ଜୀବନ ସାର୍ଥକ ହୋଇପାରିବ ବୋଲି କହିଥିଲେ । ସମ୍ମାନୀୟ ଅତିଥି ଭାବେ ହିଞ୍ଜିଳିକାଟୁ ପୌରାଧ୍ୟକ୍ଷା ସୁବାଷ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବିଡିଓ ସୁବ୍ରତ କୁମାର ଜେନା, ସନ୍ଥ ନିରଂକାରୀ ମିଶନର କ୍ଷେତ୍ରୀୟ ପ୍ରଚାରକ ଏନ. ରଘୁନାଥ, ପୌର ନିର୍ବାହୀ ଅଧିକାରୀ ଡଃ, ମନୋରଞ୍ଜନ ସାହୁ, ତହସିଲଦାର ପ୍ରଭାତ କୁମାର ପରିଡା ପ୍ରମୁଖ ଯୋଗ ଦେଇଥିଲେ । ପରିଷଦର ୨୨ତମ ପ୍ରତିଷ୍ଠା ଦିବସ ଅବସରରେ ପରିଷଦର ସ୍ମରଣିକା ‘ ଶାସ୍ୱତ କଥା’ ଉନ୍ମୋଚନ କରାଯିବା ସହ କୃତି ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କାର ପ୍ରଦାନ ଓ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ପରିବେଷଣ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ପାରିଷଦର ସଭାପତି ଦେବାନନ୍ଦ ମହାପାତ୍ର, ଉପସଭାପତି ଳକ୍ଷ୍ମୀ ନାରାୟଣ ପଣ୍ଡା, ଚିତ୍ତରଞ୍ଜନ ଆଚାରୀ, ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ, , ସମ୍ପାଦକ ତରୁଣ କୁମାର ପଣ୍ଡା, କୋଷାଧ୍ୟକ୍ଷ ଗୌରହରି ପୃଷ୍ଟି, ସମୀକ୍ଷକ ରମେଶ ଚନ୍ଦ୍ର ଚୌଧୁରୀ, ଉପଦେଷ୍ଟା ନାରାୟଣ ପାଢି, ଡଃ. ଗଦାଧର ବେହେରା, ପ୍ରଶାନ୍ତ ପଟ୍ଟନାୟକ, ହରିହର ଚୌଧୁରୀ, ସୁନିଳ ସାହୁ, ଅରବିନ୍ଦ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।