ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ର

ସମ୍ପ୍ରତି ଭାରତବର୍ଷରେ ପ୍ରଦୂଷଣର ମାତ୍ରା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ରାଜଧାନୀ ଦିଲ୍ଲୀ ଦେଶର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି । ଲୋକେ ଶୁଦ୍ଧ ବାୟୁ ଗ୍ରହଣ କରିବା କଷ୍ଟକର ହୋଇପଡ଼ିଛି । ତେଣୁ ଏହାର ମୁକାବିଲା କରିବା ପାଇଁ ବ୍ୟାପକ ବୃକ୍ଷରୋପଣ ସହ ଅନ୍ୟ ଉପାୟ ମଧ୍ୟ ଚିନ୍ତା କରାଯାଉଛି । ପ୍ରଦୂଷଣକୁ କମ୍ କରିବା ପାଇଁ ହାଇଦ୍ରାବାଦ ସହରରେ ଆଉଟ୍‌ଡୋର୍ ଏୟାର୍ ପ୍ୟୁରିଫାୟର୍ ସ୍ଥାପନ ପାଇଁ ଗ୍ରେଟର୍ ହାଇଦ୍ରାବାଦ ମ୍ୟୁନିସିପାଲ୍ କର୍ପୋରେଶନ୍ ନିଷ୍ପତ୍ତି ନେଇଛି । ଏହା ଦ୍ୱାରା ପ୍ରଦୂଷଣର ମାତ୍ରାକୁ ନିୟନ୍ତ୍ରଣ କରାଯାଇପାରିବ । ପ୍ରଥମ ପର୍ଯ୍ୟାୟରେ ସହରରେ ୧୦୦ଟି ୟୁନିଟ୍ ସ୍ଥାପନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରଥମେ ସହରର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହି ୟୁନିଟ୍ ସ୍ଥାପନ କରାଯିବ । ଏହା ସଫଳ ହେଲେ ପରବର୍ତ୍ତୀ ସମୟରେ ମେଟ୍ରୋ ଷ୍ଟେଶନ୍‌, ଟୋଲ୍ ବୁଥ୍‌, ରେଳ ଷ୍ଟେଶନ, ଏୟାପୋର୍ଟ, ପେଟ୍ରୋଲ୍ ପମ୍ପ ଆଦିରେ ସ୍ଥାପନ କରାଯିବ ବୋଲି ନିଗମ ପକ୍ଷରୁ ସୂଚନା ମିଳିଛି । ଏହି ଆଉଟ୍‌ଡୋର୍ ଏୟାର୍ ପ୍ୟୁରିଫାୟର୍ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସ୍ଥାପନ କରାଯାଇଥିବାବେଳେ ଏବେ ହାଇଦ୍ରାବାଦରେ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ