ମାନସଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ଚର୍ଚ୍ଚା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ମାନସ କୁମାର ମଙ୍ଗରାଜଙ୍କୁ ବିଜେଡି ଦଳ ତରଫରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରାଯିବା ଘଟଣା ଗଜପତି ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଗଜପତି ଜିଲ୍ଲାରେ ଦୁର୍ବଳ ସଙ୍ଗଠନ ଥିବା ବିଜେଡି ଦଳକୁ ଗତ ପଂଚାୟତ ଓ ପୌର ନବି । ନିବାର୍ଚନ ପରିଚାଳନା ଦାୟିତ୍ୱରେ ଥିବା ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ରାଜନୈତିକ ପରିଚାଳନା ହିଁ ମୁଖ୍ୟତଃ ବିଜେଡିର ପୂର୍ଣ୍ଣ ସଫଳତା ହୋଇପାରିଥିଲା । ତେଣୁ ବିଜେଡି ଦଳ ତରଫରୁ ମାନସ ମଙ୍ଗରାଜଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରାଯାଇ ପୁରସ୍କୃତ କରାଯାଇଛି ବୋଲି ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଏଠାରେ ସ୍ମରଣଯୋଗ୍ୟ ଗଜପତି ଜିଲ୍ଲାକୁ କଂଗ୍ରେସର ଗଡ ବୋଲି କୁହାଯାଏ । ଏ କଂଗ୍ରେସ ଗଡରେ ଗତ ପୌର ଓ ପଂଚାୟତ ନବିର୍ଚନରେ ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କୁ ନିର୍ବାଚନ ପରିଚାଳନାର ଦାୟିତ୍ୱ ଦିଆଯାଇଥିଲା । ଏହି ଦାୟିତ୍ୱକୁ ମାନସ ମଙ୍ଗରାଜ ଦକ୍ଷତାର ସହ ରାଜନୈତିକ ଗୋଟି ଚାଳନା ଦ୍ୱାରା ଗଜପତି ଜିଲ୍ଲାରେ ଗ୍ରାମ ପଂଚାୟତ, ଜିଲ୍ଲା ପରିଷଦ ଓ ପୌର ନିବାର୍ଚନରେ ବିଜୁ ଜନତା ଦଳ ଶତ ପତ୍ର ଶି ତ ଭାବେ ସଫଳତା ହାସଲ କରପି ।ରଥିଲ। । ଗଜପତି ଜିଲ୍ଲାର ମୋଟ ୭ ଗୋଟି ବ୍ଲକୁ ବିଜେଡି ଦଳ ଦଖଲ କରିବା ସହ ସମସ୍ତ ବ୍ଲକରେ ବିଜୁ ଜନତା ଦଳର ପ୍ରର୍ଥୀ ଅଧ୍ୟକ୍ଷ ପଦବୀ ହାସଲ କରିପାରିଥିଲେ । ସେହିପରି ଗଜପତି ଜିଲ୍ଲା ପରିଷଦ ନିର୍ବାଚନରେ ଜିଲ୍ଲାର ମୋଟ ୧୪ ଗୋଟି ଆସନରୁ ବିଜୁ ଜନତା ଦଳ ୧୧ ଗୋଟି ସ୍ଥାନରେ ବିଜୟ ହାସଲ କରିବା ସହ ଜିଲ୍ଲା ପରିଷଦ ଆସନକୁ ମଧ୍ୟ ଗଜପତିରେ ବିଜେଡି ଦଖଲ କରିପାରିଥିଲା । ସେହିପରି ଗତ ପୌର ନିର୍ବାଚନ ରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ଓ କାଶୀନଗର ଏନଏସିକୁ ସମ୍ପୂର୍ଣ୍ଣ ଭାବେ ଦଖଲ କରିବାରେ ବିଜେଡି ଦଳ ସକ୍ଷମ ହୋଇପାରିଥିଲା । ଏହି ସଫଳତା କେବଳ ଗତ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ରାଜନୈତିକ ଦକ୍ଷତା ଯୋଗୁଁ ହିଁ ସମ୍ଭବପର ହୋଇ ପାରିଥିଲ। । ଗଜପତିରେ ବିଜେଡିର ଏହି ସଫଳତା ପାଇଁ ମାନସଙ୍କୁ ପୁରସ୍କାର ସ୍ୱରୂପ ବିଜୁ ଜନତା ଦଳ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି । ବିଜୁ ଜନତା ଦଳର ସଂଖ୍ୟା ଦୃଷ୍ଟିରୁ ମାନସଙ୍କ ବିଜୟ ନିଶ୍ଚିତ ବୋଲି ସାଧାରଣରେ ଆଲୋଚନା ଚାଲୁରହିଛି । ଏନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ମାନସ ମଙ୍ଗରାଜଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଗଜପତି ଜିଲ୍ଲା ବିଜେଡି ଦଳ ତରଫରୁ ମାନସ ମଙ୍ଗରାଜଙ୍କୁ ସ୍ୱାଗତ କରାଯାଇ ଅଭିନନ୍ଦନ ଜଣାଇବା ସହ ମାନସ ମଙ୍ଗରାଜଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇ ଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଜ୍ଞାପନ କରାଯାଇଛି ।