ଟ୍ରାକର ଓଲଟି ଜଣେ ମୃତ୍ୟୁ
ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ବ୍ଲକ ଅନ୍ତର୍ଗତ ୟୁଡିଏସପୁର ପଞ୍ଚାୟତର ବାଳସିଂହପଲ୍ଲୀ ଗ୍ରାମରେ ଏକ ଟ୍ରାକ୍ଟର (ଓଡି ୦୭ଡି୬୮୭୮) ଭାରସାମ୍ୟ ହରାଇ ଓଲଟି ପଡିବାରୁ ବସିଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁକ ଜଣଙ୍କ ହେଲେ ଶବର ଦାସ(୪୧) ।ତାର ଘର ବାଳସିଂହପଲ୍ଲୀ ଗ୍ରାମ ବୋଲି ଜଣାପଡିଛି । ସେ ବିଲକୁ କାମ କରିବାକୁ ଯାଇଥିବା ବେଳେ ଘରକୁ ଫେରିବା ସମୟରେ ଟ୍ରାକ୍ଟରରେ ବସି ଆସିଥିଲେ। ଟ୍ରାକ୍ଟରଟି ବିଲରୁ ଉପରକୁ ଉଠୁଥିବା ସମୟରେ ଏକ ଜମି ହୁଡା ପାର ହେଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ମୃତକ ଶିବଙ୍କର ତିନଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି । ପୂର୍ଵରୁ ସ୍ତ୍ରୀ ମରିଯାଇଥିବା ବେଳେ ପିଲାମାନେ ଅନାଥ ହୋଇଯାଇଥିବା ଜଣାପଡିଛି । ଖବର ପାଇ ରମ୍ଭା ଆଇଆଇସି ପି.ସ୍ୱରୁପ କିଷାନ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।


