ରାସ୍ତାରେ ଘରୋଇ ନିର୍ମାଣ ସାମଗ୍ରୀ : ସାଧାରଣରେ ତୀବ୍ର ଅସନ୍ତୋଷ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ସମଣା ରାସ୍ତାର ବରାଙ୍ଗ ଛକ ନିକଟରେ ଜଣେ ବ୍ୟକ୍ତି ନିଜ ଘରକାମ କରିବାପାଇଁ ଦୀର୍ଘ ମାସ ହେବ ଚିପିସ କାଣ୍ଡି କରିଥିବାବେଳେ ଅଣଓସାରିଆ ରାସ୍ତା ଯୋଗୁଁ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି । ପାଖରେ ଦୁଇ ଦୁଇଟି ସ୍କୁଲ ଥିବାବେଳେ ଛାତ୍ରଛାତ୍ରୀମାନେ ସବୁବେଳେ ଯାତାୟତ କରୁଥିବାରୁ ଛାତ୍ରଛାତ୍ରୀ ମାନେ ନାହିଁଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏହାକୁନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଉକ୍ତ ବ୍ୟକ୍ତିଙ୍କୁ ଚିପିସ ଉଠାଇବାକୁ ଗ୍ରାମବାସୀମାନେ କହୁଥିଲେବି ସେ ଶୁଣୁ ନଥିବାରୁ ପ୍ରଶାସନ ଏନେଇ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ