ଶଙ୍ଖୋ ଧବଳେଶ୍ୱର ସ୍କୁଲର ତିନିଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଶଙ୍ଖୋ ଧବଳେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନଟବର ଓଝା, କ୍ଷୀରୋଦ କୁମାର ବ୍ରହ୍ମ, କନକ ମଞ୍ଜରୀ ସାହୁ ପ୍ରମୁଖ ତିନିଜଣ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟ ପରିସରରେ ବରିଷ୍ଠ ସାହିତି୍ୟକ ରତ୍ନାକର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ମୁଖ୍ୟ ବକ୍ତାଭାବେ ହାଯଡିହି ବ୍ଲକର ବିଡିଓ ସୁଶ୍ରୀ ବିନିତା ବିଜୟିନୀ, ସମ୍ମାନୀତ ଅତିଥି ଭାବେ ଆମ୍ବୋ ପଞ୍ଚାୟତର ସରପଞ୍ଚ ଅନୁରାଧା ମହାପାତ୍ର, ଏବିଇଓ ତଥା ବିଆରସିସି ସୁରେଶ କୁମାର ଜେନା, ହାଟଡିହି ବ୍ଲକ ଶିକ୍ଷକ ସଂଘର ସଭାପତି ହରମୋହନ ପଣ୍ଡା, ସମ୍ପାଦକ ମିହିର କୁମାର ପଣ୍ଡା, ରାଜ୍ୟ ସଂଯୋଜକ ଶ୍ରୀକାନ୍ତ ପଟ୍ଟନାୟକ, ସିଆରସିସି ଗଦାଧର ଜେନା ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ କର୍ମମୟ ଜୀବନୀ ଉପରେ ଆଲୋକ ପାତ କରିବା ସହିତ ମାନପତ୍ର ପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପୁର୍ବତନ ସିଆରସିସି ନାରାୟଣ ସାହୁ, ମଞ୍ଚ ସଂଯୋଜନା କରିଥିବାବେଳେ ଶିକ୍ଷକ କ୍ଷେତ୍ରବାସୀ ମିଶ୍ର ଅତିଥିପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ରଞ୍ଜିତା ଜେନା, ରୋଜାଲିନି ପ୍ରଧାନ,ଭକ୍ତ ଚରଣ ଜେନା ମାନପତ୍ର ପଠନ କରିଥିବାବେଳେ କ୍ଷୀରୋଦ କୁମାର ବାରିକ ଧନ୍ୟ ବାଦ ଅର୍ପଣ କରିଥିଲେ । ଶିକ୍ଷକ ମୋହନ କୁମାର ବେହେରା, ନାରାୟଣ ଚନ୍ଦ୍ର ଲେଙ୍କା, ଭଗବାନ ନାୟକ, ମହେନ୍ଦ୍ର ଦାସ, ସୁରେନ୍ଦ୍ର କୁମାର ନାୟକ, ପ୍ରଫୁଲ କୁମାର ଜେନା, ବିନୋଦ ବ୍ରହ୍ମ, ରାଜକିଶୋର ସ୍ୱାଇଁ, ଭୀମସେନ ନାୟକ, ଖଗେଶ୍ୱର ଜେନା, ସତ୍ୟପୀର ମହାନ୍ତି, ଲମ୍ବୋଦର ନାୟକ, ପ୍ରସନ୍ନ ମହାନ୍ତି, ପୁର୍ବତନ ସରପଞ୍ଚ ରାମଚନ୍ଦ୍ର ଦାସ, ସମାଜସେବୀ ସୁବ୍ରତ ମହାପାତ୍ର ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ସମ୍ବର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏସ.ଏମ.ସି କମିଟିର ଅଧ୍ୟକ୍ଷ ସତ୍ୟବ୍ରତ ସାହୁ, ଉପାଧକ୍ଷା ଛବିତା ଜେନା, ସଦସ୍ୟ ବନମାଳୀ ଜେନା, ଇନ୍ଦୁଲତା । ଙ୍ଖୁଆ, ପାକନ ଜେନା, ଶେଷଦେବ ରାଉତ, ପଞ୍ଚାନନ ଜେନା, ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶଙ୍ଖୋ ଓ ସିମିଳିଆ ଗ୍ରାମର ଗ୍ରାମବାସୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।