ବନବାସୀ ଶିକ୍ଷାକେନ୍ଦ୍ର ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷଣ ସମାପନ ଉତ୍ସବ
ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ)ମୁନିଗୁଡ଼ାର ମୁନିଖୋଲସ୍ଥିତ ବନବାସୀ କଲ୍ୟାଣ ଆଶ୍ରମ ପରିଚାଳିତ ଆଚାର୍ଯ୍ୟ/ଆଚାର୍ଯ୍ୟା ପ୍ରଶିକ୍ଷଣ ବର୍ଗ ସମାପନ ଉତ୍ସବ ପଦ୍ମଶ୍ରୀ କମଳା ପୂଜାରୀ କନ୍ୟା ଛାତ୍ରୀ ନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି।ପାଞ୍ଚ ଦିନ ବ୍ୟାପୀ ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରର ଆଜି ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟର ଅଧକ୍ଷ ହୃଷୀକେଶ ଜାଲି, ମୁଖ୍ୟବକ୍ତା ବନବାସୀ କଲ୍ୟାଣ ଆଶ୍ରମ ପ୍ରାନ୍ତ ସଂଗଠନ ସମ୍ପାଦକ କୃଷ୍ଣଚନ୍ଦ୍ର ଭାଟି, ସମ୍ମାନିତ ଅତିଥି ପ୍ରାନ୍ତ ବନବାସୀ ମହିଳା ପ୍ରମୁଖ ମନୋରମା ମିଶ୍ର,କୃଷି ଜିଲ୍ଲା ପରାମର୍ଶ କେନ୍ଦ୍ର ବୈଷୟିକ ସହକାରୀ ଉତ୍ତମ ଦାସ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ପ୍ରଶିକ୍ଷଣ ପାଇଥିବା ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ଦିକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶ୍ରୀଯୁକ୍ତ ଭାଟି ବନବାସୀ କଲ୍ୟାଣର ପ୍ରତିଷ୍ଠା, କାର୍ଯ୍ୟକ୍ରମ,ଲକ୍ଷ,ରାଷ୍ଟ୍ର ଗଠନରେ ବନବାସୀ ଯୁବକ ମାନଙ୍କ ଭୂମିକା ଏବଂ ସଂସ୍କୃତି ସୁରକ୍ଷା କ୍ଷେତ୍ରରେ ଥିବା ଗୁରୁଦାୟିତ୍ଵ ଉପରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜାଲି ବନବାସୀ ଛାତ୍ରଛାତ୍ରୀ ମାନଙ୍କୁ ରାଷ୍ଟ୍ର ସର୍ବୋପରି ଭାବନା ନେଇ ଆଗକୁ ବଢ଼ିବାକୁ ପରାମର୍ଶ ଦେବା ସହ ସବୁ ବିଷୟରେ ଜାଣିଲେ ଦୁନିଆକୁ ଜିଣି ପାରିବ ବୋଲି ଆହ୍ଵାନ ଦେଇଥିଲେ। ଗତକାଲି ପ୍ରଶିକ୍ଷଣ ଶିବିରରେ ପ୍ରାନ୍ତ ସଭାପତି ପବିତ୍ର କଅଁର,କାର୍ଯ୍ୟକାରୀ ସଭାପତି ପୁରୁଷୋତ୍ତମ ଅଗ୍ରୱାଲ,ପ୍ରାନ୍ତ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା,ପ୍ରାନ୍ତ ସମ୍ପାଦକ ପଙ୍କଜ ଠାକୁର,ପ୍ରାନ୍ତ ନଗରୀୟ ପ୍ରମୁଖ ପ୍ରମୋଦ ଦୁଡକା ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଅତିଥିଭାବେ ପୂର୍ବକ୍ଷେତ୍ର ସହ ସଂଗଠନ ମନ୍ତ୍ରୀ ବିଶ୍ଵାମିତ୍ର ମହନ୍ତ,ରାଜନେତା ରାମଚନ୍ଦ୍ର ବେହେରା, ସୁବାସ ଗୌଡ଼,ବନପାଳ ପ୍ରମୋଦିନୀ ମାଣ୍ଡିଙ୍ଗୀ,ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ,ଜିଲ୍ଲା ସଂଗଠନ ମନ୍ତ୍ରୀ ଅଭିମନ୍ୟୁ ମହାନ୍ତ ପ୍ରମୁଖ ଉପସ୍ଥିତ ଥିବାବେଳେ ନିମନ୍ତ୍ରିତ ଅତିଥିଭାବେ ସାମାଜିକ କର୍ମୀ ସୁଦର୍ଶନ ସାହୁ,ଭୋଳାନାଥ ଦୁବେ,ସାମ୍ବାଦିକ ଲାଡୀ ଶଙ୍କର,ବି.ଭାନୁ ରାଓ,ପୂର୍ବତନ ସରପଞ୍ଚ ଜଗା ଶବର ଶିବିରରେ ଉପସ୍ଥିତ ରହି ଶିବିରାର୍ଥି ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ ରାଜନେତା ଶ୍ରୀ ବେହେରା ରାମାୟଣ ଓ ଉତରା କାଣ୍ଡର ଆଦିବାସୀ ଭାଷାରେ ସଂସ୍କରଣର ଦୁର୍ଲଭ ପୁସ୍ତକ ଦ୍ୱୟକୁ ବନବାସୀ କଲ୍ୟାଣ ଆଶ୍ରମ ଅନ୍ତେବାସୀଙ୍କ ପଠନ ନିମନ୍ତେ କାର୍ଯ୍ୟାଳୟକୁ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା ପ୍ରାନ୍ତ ପ୍ରଚାର ପ୍ରମୁଖ ପୀତବାସ ପଣ୍ଡା କରିଥିବା ବେଳେ ପରିଚାଳନାରେ ବିଭାଗ ମହିଳା ପ୍ରମୁଖ ରମାଦେବୀ ଜାନି,ଛାତ୍ରୀ ନିବାସ ପ୍ରମୁଖ ଦମୟନ୍ତୀ ମାଝୀ,ଜିଲ୍ଲା ସଂଯୋଜକ ଉତ୍ସବ ଭୋଇ ଏବଂ ଅନ୍ତେବାସୀ ମାନେ ସହାୟତା କରିଥିଲେ।


