ରୋଟାରୀ କ୍ଲବ ଦ୍ୱାରା ଡାକ୍ତର ଏବଂ ସିଏ ଦିବସ ପାଳିତ
ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ସ୍ଥାନୀୟ ପଦ୍ମାଳୟା ସିନେମା ହୋଲ ପରିସରରେ ରୋଟାରୀ ଜିଲ୍ଲା ୩୨୬୨ ଅନ୍ତର୍ଗତ ରୋଟାରୀ କ୍ଲବ ମୁନିଗୁଡ଼ା ରୟାଲ ପକ୍ଷରୁ ଜୁଲାଇ ୧ ତାରିଖରେ ଡାକ୍ତର ଏବଂ ସିଏ ଦିବସ ପାଳନ ଅବସରରେ କ୍ଳବ ପକ୍ଷରୁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେବାସହ ନୂତନ କର୍ମକର୍ତ୍ତାଙ୍କ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁନିଗୁଡାର ଚିକିତ୍ସକ ତଥା ଯୁବ ଡକ୍ଟର ସାସ୍ୱତ ସୌମ୍ୟ ଜାଲ୍ଲୀ,ଡକ୍ଟର ଏ ଭାର୍ଗବ ଓ ଡକ୍ଟର ଦିବ୍ୟ ଲୋଚନ ପଣ୍ଡାଙ୍କୁ ସେହିପରି ମୁନିଗୁଡାର ଯୁବ ପ୍ରତିଷ୍ଠିତ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ସିଏ ସାହିଲ ଜୈନଙ୍କୁ କ୍ଲବ ପକ୍ଷରୁ ଉତ୍ତରୀୟ ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ପରେ ବରିଷ୍ଠ ରୋଟାରୀୟାନ ପ୍ରବୀଣ ସିପକାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ କରାଯାଇ ସ୍ୱାଗତ ଭାଷଣ ଦେଇ କ୍ଲବର ସୁଗମ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହ ରୋଟାରୀ କ୍ଲବ ମୁନିଗୁଡ଼ା ରୟାଲର ୨୦୨୬-୨୭ ବର୍ଷ ପାଇଁ ନୂତନ ବର୍ଷର ଶୁଭାରମ୍ଭ ହେବା ସହ ନୂଆ କର୍ମକର୍ତ୍ତା ଚୟନ କରି ଦାୟିତ୍ୱ ଗ୍ରହଣ କରାଇଥିଲେ । କ୍ଲବର ନୂତନ ସଭାପତି ଭାବେ ରୋଟାରୀୟାନ ବି.ଆନନ୍ଦ ରାଓ ଏବଂ ସଚିବ ଭାବେ ରୋଟାରୀୟାନ ଭି.ପ୍ରବୀଣ କୁମାରଙ୍କୁ ଚୟନ କରିବା ସହ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରାଯାଇଥିବା ବେଳେ ବିଦାୟୀ ସଭାପତି ରୋଟାରୀୟାନ ନରେଶ କୁମାର ପାତ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ରୋଟାରୀୟାନ ରମେଶ ରାଜୁ,ରାଜେଶ କୁମାର ଜୈନ,ଗୌରୀ ଶଙ୍କର ପାତ୍ର,ସୁଦାମ ଚରଣ ପଣ୍ଡା,ଅମିତ କୁମାର ସାହୁ,ଜାମି.ପୱନ କୁମାର, ଟି.ଅଶୋକ କୁମାର ପ୍ରମୁଖଙ୍କ ସମେତ ଅନ୍ୟ ସକ୍ରିୟ ରୋଟାରୀୟାନ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ।


