ସାଂସଦଙ୍କ ନିବେଦନ କ୍ରମେ ଆନ୍ଦୋଳନ ପ୍ରତ୍ୟାହୃତ କଲା ରାଜ୍ୟ ଡାକ୍ତର ସଂଘ ଓମ୍ସା
ବାଲେଶ୍ବର(ସରୋଜ ପଣ୍ଡା): ଗତ ଦୁଇ ଦିନ ଧରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡାକ୍ତର ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିଲେ। ଆଜି ବାଲେଶ୍ୱର ପହଞ୍ଚିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି ପ୍ରସଙ୍ଗରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଧାରଣାରେ ବସିଥିବା ଶତାଧିକ ଡାକ୍ତରଙ୍କ ନିକଟକୁ ଯାଇ, OMSA ର ସଭାପତି, ସାଧାରଣ ସମ୍ପାଦକ ଏବଂ ଅନ୍ୟାନ୍ୟ ଡାକ୍ତରମାନଙ୍କ ସହ ବିସ୍ତୃତ ଆଲୋଚନା କରି ସେମାନଙ୍କ ଦାବି ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କୁ ସିଧାସଳଖ ଅବଗତ କରାଇଥିଲେ, ଏବଂ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ,ଏହା ପରେ ମନ୍ତ୍ରୀ ସକାରାତ୍ମକ ମନୋଭାବ ପ୍ରଦର୍ଶନ କରି ସମସ୍ତ ଦାବି ଉପରେ ଆଲୋଚନା ଓ ବିଚାର କରିବାକୁ ଆସନ୍ତାକାଲି ୪ଜୁଲାଇ ଦିନ ୧୧.୩୦ ସମୟ ଧାର୍ଯ୍ୟ କରି ମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ଆଲୋଚନା ପାଇଁ OMSA ସଂଘ ର ଅଧିକାରୀ ଙ୍କୁ ଅବଗତ କରାଇଥିଲେ। ତାଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ସଚିବ ମଧ୍ୟ ଏକ ପତ୍ର ମାଧ୍ୟମରେ ଓମସାର କର୍ମକର୍ତ୍ତାମାନଙ୍କୁ ସେମାନଙ୍କ ଦାବିଗୁଡ଼ିକ ଉପରେ ଆଲୋଚନା କରାଯିବ ବୋଲି ଅବଗତ କରାଇଥିଲେ। ଧାରଣା ସ୍ଥଳକୁ ରେମୁଣାର ବିଧାୟକ ତଥା ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ୱର ସଦରର ମାନ୍ୟବର ବିଧାୟକ ମାନାସ ଦତ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ ଏବଂ ଅନ୍ୟାନ୍ୟ ଜନପ୍ରତିନିଧିଙ୍କ ଉପସ୍ଥିତିରେ ଡାକ୍ତର ମାନଙ୍କୁ ଧାରଣା ପ୍ରତ୍ୟାହାର କରି ନିଜ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ଅନୁରୋଧ କରିଥିଲେ ସାଂସଦ ଶ୍ରୀ ଷଡ଼ଙ୍ଗୀ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଆଶ୍ୱାସନ ଓ ପତ୍ରକୁ ସମ୍ମାନ ଜଣାଇ ଡାକ୍ତରବନ୍ଧୁମାନେ ଧାରଣା ପ୍ରତ୍ୟାହାର କରି ପୁନର୍ବାର ସେବାରେ ଯୋଗଦେଇଥିଲେ , ଏହି ସକାରାତ୍ମକ ପଦକ୍ଷେପ ପାଇଁ ଶ୍ରୀ ଷଡ଼ଙ୍ଗୀ ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ, ଓମସାର କର୍ମକର୍ତ୍ତା ଓ ସମସ୍ତ ଡାକ୍ତରବନ୍ଧୁଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ ରୋଗୀ ସେବା ଆମ ସମସ୍ତଙ୍କର ସର୍ବୋଚ୍ଚ ପ୍ରାଥମିକତା। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଦାବି ଉପସ୍ଥାପନ ଏବଂ ଆନ୍ଦୋଳନ କରିବା ସମସ୍ତଙ୍କର ଅଧିକାର, କିନ୍ତୁ ସାଧାରଣ ଲୋକ ଓ ରୋଗୀମାନଙ୍କୁ ଅସୁବିଧାରେ ପକାଇ କୌଣସି ଆନ୍ଦୋଳନ କରିବା କଦାପି କାମ୍ୟ ନୁହେଁ। ଆଲୋଚନା ଓ ପାରସ୍ପରିକ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ ହେବା ହିଁ ଗଣତନ୍ତ୍ରର ପ୍ରକୃତ ସୌନ୍ଦର୍ଯ୍ୟ।
ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଲିଥିବା ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବାରୁ ମୁଁ ସମସ୍ତଙ୍କୁ ପୁନର୍ବାର ଧନ୍ୟବାଦ ଥିଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ।


