ସମବାୟ ସମିତିର ସମସ୍ତ ନିଦେ୍ର୍ଦଶକ ର୍ନିଦ୍ୱନ୍ଦରେ ନିର୍ବାଚିତ
ହାଟଡିହି, (ବିକାଶ ବିଶ୍ୱାଳ) :-ସଂପ୍ରତି ସମବାୟ ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରେ ଛକାପଞ୍ଝା ଲାଗି ରହିଥିବାବେଳେ ହାଟଡିହି ବ୍ଲକ ପଞ୍ଚୁଗୋଛିଆ ସେବା ସମବାୟ ସମିତିରେ ସମସ୍ତ ନିଦେ୍ର୍ଦଶକ ମାନେ ର୍ନିଦ୍ୱନ୍ଦରେ ନିର୍ବାଚିତ ହେବା ଚର୍ଚ୍ଚାର ବିଷୟ ପାଲଟିଛି । ବିଧାୟକ ଭାଗିରଥି ସେଠୀ ଓ ଦେବପ୍ରୀୟ ପାତ୍ରଙ୍କ ପରାମର୍ଶ କ୍ରମେ ବଞ୍ଚୋ ସରପଞ୍ଚ ପ୍ରଶାନ୍ତ ରାଉତ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ପୁର୍ବତନ ସମିତିସଭ୍ୟ ପ୍ୟାରୀମୋହନ ମଲ୍ଲିକ, ପୁର୍ବତନ ସଭାପତି ମାର୍କଣ୍ଡ ଚରଣ ଓଝା, ଆନନ୍ଦ ନାୟକ, ରାମଚନ୍ଦ୍ର ସତପଥି, ହୃଷିକେଶ ପରିଡା, ନନ୍ଦ କିଶୋର ବେହେରା, ରବିନ୍ଦ୍ର ପ୍ରଧାନ, ଗୋଲକ ଓଝା, ଅକ୍ଷୟ ଖଟୁଆ, ମୁସନ ଖଟୁଆ ପ୍ରମୁଖ ଏକ ବୈଠକରେ ଯୋଗଦେଇ ପ୍ରାର୍ଥୀ ଚୟନ କରିଥିଲେ । ବିଶେଷକରି ଯେପରି ପ୍ରତିଦ୍ୱନ୍ଦିତା ନହୁଏ ତାହା ଉପରେ ସମସ୍ତେ ଗୁରୁତ୍ୱାରୋପ କରିଥିଲେ । ଏହି ପରିପ୍ରେକ୍ଷିରେ ୧୫ଟି ଜୋନ ପାଇଁ ନାରାୟଣ ରାଉତ, ଚିତ୍ରଲେଖା ବରାଳ, ପ୍ରଭାକର କଣ୍ଡା, ରମେଶ ବିଶ୍ୱାଳ, ରତ୍ନାକର ଓଝା, ଭରତ ପାତ୍ର, ମାର୍କଣ୍ଡ ନାୟକ, ଶଶିକାନ୍ତ ପଣ୍ଡା, କୋଦଣ୍ଡଧର ସେଠୀ, ଇନ୍ଦ୍ରମଣି ବରାଳ, ଦତ୍ତାତ୍ରୟ ରାୟସର୍ଦ୍ଦାର, ପ୍ରମୋଦ ରାଉତ, ସୁଚିତ୍ରାନନ୍ଦ ବରାଳ, ବାସନ୍ତୀ ରାଉତ, ବିଦ୍ୟାଧର ରାଉତ ପ୍ରମୁଖ ପ୍ରାର୍ଥୀମାନେ ଜଣେ ଲେଖାଏଁ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିବାରୁ ସମସ୍ତେ ର୍ନିଦ୍ୱନ୍ଦରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି ବୋଲି ନିର୍ବାଚନ ଅଧିକାରୀ ମନ୍ମଥ କୁମାର ଚକ୍ର ଓ ସମ୍ପାଦକ ରାମଚନ୍ଦ୍ର ଜେନା ସୁଚନା ଦେଇଛନ୍ତି ।