ଚୌଦ୍ଵାର ରେ ଯୁବକ କୁ ନୃଶଂସ ହତ୍ୟା

ଚୌଦ୍ଵାର, (ଦୀପକ କୁମାର ବେଉରା) :-ଚୌଦ୍ୱାର ଥାନା ଅନ୍ତର୍ଗତ ନୁଣ୍ଟିକିରି ଛକ ଜାତୀୟ ରାଜପଥ କଡ଼ରେ ଏକ ମୃତ ଶରୀର ପଡ଼ିଥିବା ର ସ୍ଥାନୀୟ ଲୋକେ ଦେଖି ଚୌଦ୍ଵାର ଥାନାକୁ ଖବର ଦେଇଥିଲେ । ଚୌଦ୍ୱାର ଥାନାର ଭର ପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ପତି ସଙ୍ଗେ ସଙ୍ଗେ ପହଂଚି ଶବକୁ ଜବତ କରି ତଦନ୍ତ ଚଳାଇ ଛନ୍ତି । ଯୁବକ ଜଣକ ଚୌଦ୍ଵାର ଓଟମ୍ କଲୋନୀ ର ଲୋକନାଥ ବିଶ୍ଵାଳ (ଡାକ) ବୋଲି ଜଣା ପଡିଛି । ହତ୍ୟାର କାରଣ ଜଣା ପଡି ନଥିବା ବେଳେ ଯୁବକ ଜଣକ ଅଟୋ ଚାଳାଇ ପରିବାର ପୋଷଣ କରୁଥିଲେ । ତାଙ୍କର କାହା ସହିତ ଶତ୍ରୁତା ନ ଥିବା ନେଇ ପରିବାର ଓ ପଡୋଶୀ କହିଛନ୍ତି । ତେବେ ତାଙ୍କୁ କାହିଁକି କିଏ ଏ ଭଳି ଭାବେ ହତ୍ୟା କଲେ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହତ୍ୟା କରିଥିବା ଆସାମୀ କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛି ଚୌଦ୍ୱର୍ ପୋଲିସ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ