‘ମୋନା’ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) :-ମିଳିତ ନିଶା ନିବାରଣ ଅଭିଯାନ, ମୋନା ପକ୍ଷରୁ ‘ବିଶ୍ୱ ତମାଖୁ ବର୍ଜନ ଦିବସ’ ନେଳିଆବାଗ ସ୍ଥିତ ସଂଗଠନର କାର୍ଯ୍ୟାଳୟରେ ମଙ୍ଗଳବାର ପାଳିତ ହୋଇଯାଇଛି । ଆଇନଜୀବୀ ପ୍ରଭାକର ସାହୁ ଏଥିରେ ସଭାପତିତ୍ୱ କରିଥିଲେ । ସାଧାରଣ ସମ୍ପାଦିକା ମମତା ମହାପାତ୍ର ତମାଖୁ ବ୍ୟବହାର ଜନିତ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରି ଏହାର ନିଷିଦ୍ଧ ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ତମାଖୁ ସେବନ କାରଣରୁ ବିଶ୍ୱରେ ପ୍ରିତିବର୍ଷ ୮୦ଲକ୍ଷ ଲୋକ ମୃତ୍ୟୁ ବରଣ କରୁଥିବା ବେଳେ ଏହାର ଭୟାବହତା ଦୃଷ୍ଟିରୁ ତମାଖୁ ବର୍ଜନ କରି ଏକ ନିରୋଗ ଓ ସୁସ୍ଥ ଜୀବନ ଯାପନ ପାଇଁ ଏହି କାର୍ଯ୍ୟକ୍ରମରେ ସମସ୍ତେ ମତ ପ୍ରକାଶ କରିଥିଲେ । ଡ. କେଶବ ଚରଣ ପଣ୍ଡା, ପ୍ରସନ୍ନ କୁମାର ପାଢ଼ୀ, ନିରଞ୍ଜନ ପରିଡ଼ା, ସୁବ୍ରତ କର, ସମରେନ୍ଦ୍ର ଦାସ, ଭାରତୀ ପଣ୍ଡା, ସରସ୍ୱତୀ ପଣ୍ଡା, କଲ୍ୟାଣୀ ନନ୍ଦ, ଗୀତାଞ୍ଜଳି ସିଂହ, ତ୍ରିଦିବ କୁମାର ନାୟକ, ରବି କୁମାର ପାଣିଗ୍ରାହୀ, ଡ. କ୍ଷିତୀଶ୍ୱର ଦାଶ, ଲକ୍ଷ୍ମୀପ୍ରିୟା ଜେନା, ସୀତାରାମ ପ୍ରଧାନ, କମଳାକାନ୍ତ ଦାଶ, କ୍ରୀଷ୍ଣା ସାହା, ଶାନ୍ତିଲତା ପଣ୍ଡା, ବେଣୁଧର ସାହୁ, ଭୂପତି ଦାସ, ଗୌରଗୋପାଳ ଦେ, ଶୁଭଙ୍କର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ବେହେରା ଓ ବସନ୍ତ ପ୍ରଧାନ ପ୍ରମୁଖ ଏଥିରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ‘ମୋନା’ର କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ