ବରଡି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ବରଡି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ଚରଣ ସେଠୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥିଲାଗି ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କାର୍ତ୍ତିକେଶ୍ୱର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଇଓ ଧନେଶ୍ୱର ଖଣ୍ଡେଇ, ମୁଖ୍ୟ ବକ୍ତା ଭାବେ ପଞ୍ଚୁଗୋଛିଆ ପଞ୍ଚାୟତର ସରପଞ୍ଚ ଦିନେଶ କୁମାର ସେଠୀ, ସମ୍ମାନୀତ ଅତିଥି ଭାବେ ପୁର୍ବତନ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ଦାସ, ସିଆରସିସି ରାମଚନ୍ଦ୍ର ସାହୁ, ନାରାୟଣ ଚନ୍ଦ୍ର ଲେଙ୍କା ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ କର୍ମମୟ ଜିବନୀ ଉପରେ ଆଲୋକପାତ କରିଥିଲେ । ଶ୍ରୀଯୁକ୍ତ ସେଠୀ ଗୋପାଳପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରି ସୁଲଣ, ଜଳସରପୁର, ଆହହୁରିଆ-ଯଶୋବନ୍ତପୁରଆଦି ସ୍କୁଲରେ ଶିକ୍ଷକତା କରିବା ସହିତ ଦୁଇ ଦୁଇଥର ସିଆରସିସି ଭାବେ କାର୍ଯ୍ୟକରି ନିଜ ଦକ୍ଷତାର ପରିଚୟ ପ୍ରଦାନ କରିଛନ୍ତି ବୋଲି ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିବା ସହ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ଏହି ଅବସରରେ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ଉପଢ଼ୌକନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶିକ୍ଷକ ପ୍ରଶାନ୍ତ କୁମାର କର ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀନିବାସ ବାରିକ ମାନପତ୍ର ପଠନ କରିଥିବାବେଳେ ଶିକ୍ଷକ ରଘୁନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ ହରମୋହନ ମଲ୍ଲିକ, ସରସ୍ୱତୀ ସାନ୍ତରା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷକ ଆର୍ତ୍ତତ୍ରାଣ ଜେନା, ବିଜୟ କୁମାର ରାଉତରାୟ, ବନମାଳୀ ରାଉତ, ଶିଶିର ସାହୁ, ପ୍ରେମକଳା ପଣ୍ଡା, କିଶେରୀ ବେହେରା, ସନ୍ତୋଷିନୀ ପତି, ସ୍ୱର୍ଣ୍ଣମୟୀ ଓଝାଙ୍କ ସମେତ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତୀ ଯୋଗଦେଇଥିବାବେଳେ ଗ୍ରାମର ରାଜକିଶୋର ଜେନା, କୋଦଣ୍ଡଧର ଜେନା, ଦୁଯ୍ୟୋଧନ ଜେନା, ପ୍ରଫୁଲ ଜେନା, ଲୋଚନ ଜେନା, ପ୍ରମୋଦ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


