ଗୋପ ସ୍କୁଲରୁ ବିଦାୟ ନେଲେ ନକୁଳ ସାର

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଗୋପ ସ୍କୁଲରୁ ବିଦାୟ ନେଇଛନ୍ତି ନକୁଳ ସାର । ଦୀର୍ଘ ୧୦ବର୍ଷକାଳ ଏହି ସ୍କୁଲରେ ଶିକ୍ଷାଦାନ କରି  ସମସ୍ତ ଗାଁ ଲୋକଙ୍କ ପ୍ରୀୟପାତ୍ର ହୋଇଥିଲେ । ଏଥିପାଇଁ ସ୍କୁଲର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏକ ଶୋଭାଯାତ୍ରାରେ ତାଙ୍କୁ ଗ୍ରାମ ପରିକ୍ରମା କରାଯିବା ପରେ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିଲାଗି ବିଦ୍ୟାଳୟ ପରିସରରେ ବରିଷ୍ଠ ଶିକ୍ଷାବିତ ପୁର୍ଣ୍ଣଚନ୍ଦ୍ର ପରିଡାଙ୍କ ସଭାପତିତ୍ୱରେ ଆୟୋଜିତ ଏକ ଉତ୍ସବରେ ଏବିଇଓ ଧନେଶ୍ୱର ଖଣ୍ଡେଇ, ଏବିଇଓ କମଳ ଲୋଚନ ବିଶ୍ୱାଳ, ହାଟଡିହି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିଶିର କୁମାର କର, ଶାସଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର, ସିଆରସିସି ପ୍ରଫୁଲ କୁମାର ସାହୁ, ହାଟଡିହି ପଞ୍ଚାୟତର ସରପଞ୍ଚ ଚିନ୍ମୟ କୁମାର ନାୟକ, ସମିତିସଭ୍ୟ କୈଳାଶ ଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକ ନକୁଳ ଚରଣ ରାଉତଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।  ଏହି ଅବସରରେ ତାଙ୍କୁ ଉପଢ଼ୌକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜସେବୀ ନନ୍ଦୁ ଚରଣ ଜେନା, ଶିକ୍ଷାବିତ ନାରାୟଣ ଚନ୍ଦ୍ର ଲେଙ୍କା, ହରିହର ସାମଲ, ସତ୍ୟନାରାୟଣ ବେହେରା, ସଞ୍ଜୟ କୁମାର ପାତ୍ର, ବାଣିବନ୍ଦନା ପଟ୍ଟନାୟକ, କେଶବ ଚରଣ ପାତ୍ର, ମାନସ କୁମାର ନାୟକ, ମାଧବାନନ୍ଦ ଜେନା, ଶାନ୍ତନୁ କୁମାର ରାଉତ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦାୟୀ ଶିକ୍ଷକଙ୍କ ଜୀବନାର୍ଦଶ ଉପରେ ଆଲୋକପାତ କରିବା ସହିତ ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ ।  ଶିକ୍ଷକ ବସନ୍ତ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିବାବେଳେ ଶେଷଦେବ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଗତିକା ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦେବର୍ଷି ପଦ୍ମଗନ୍ଧା ପରିଡା, ସ୍କୁଲ କମିଟି ସଭାପତି ମନୋଜ କୁମାର ବେହେରା, ବସୁମତି ବେହେରା, ଲିଲି ସେଠୀ, ପଞ୍ଚାନନ ଜେନା, ମିନାକ୍ଷୀ ଜେନା, ବାସନ୍ତୀ ଘୋଷ, ଦିପ୍ତୀରଞ୍ଜନ ବାରିକ, ଘନଶ୍ୟାମ ମହାନ୍ତି, କମଳ କୁମାର ଜେନା, ସନ୍ତୋଷ କୁମାର ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ