ବ୍ରହ୍ମେଶ୍ୱର ମହାଦେବ ଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ

ନିମାପଡା, ( ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ସ୍ଥିତ ବ୍ରହ୍ମେଶ୍ୱର ମହାଦେବ ଙ୍କ ପୀଠରେ ତିନି ଦିନ ବ୍ୟାପି ଅନୁଷ୍ଠିତ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଛି । ବିଶ୍ୱ ରୁ ମହାମାରୀ କରୋନା ଓ ମଙ୍କି ପସ୍କ ଦୂରୀକରଣ ଲାଗି ଏହି ବିଶ୍ଵଶାନ୍ତି ମହାଯଜ୍ଞ କରାଯାଇଥିଲା ବୋଲି କମିଟି ସଭ୍ୟ ମାନେ ସୂଚନା ଦେଇଛନ୍ତି । ଯଜ୍ଞ ଆରମ୍ଭ ରୁ ପ୍ରାଚୀ ନଦୀରୁ ଶତାଧିକ ମହିଳା ଓ ପୁରୁଷ ଜଳ କଳସ ଆଣି ପୂଜା ମଣ୍ଡପ ରେ ସ୍ଥାପିତ କରିଥିଲେ । ପୂଜାରେ କର୍ତ୍ତା ଭାବେ ଟୁକୁ ରଞ୍ଜନ ସ୍ୱାଇଁ କାର୍ଯ୍ୟ କରିଥିବା ବେଳେ ମୁଖ୍ୟ ପୂଜକ ଭାବେ ରସାନନ୍ଦ ଦାସ କାର୍ଯ୍ୟ କରିଥିଲେ । ରୀତିନୀତି ଅନୁସାରେ ଅଙ୍କୁରାରୋପଣ, ଅଧୀବାସ, ସୂର୍ଯ୍ୟ ପୂଜା, ଗୋ ପୂଜା ସହ ଅଗ୍ନି ସ୍ଥାପନ, ଆଳତି ଓ ପୁଷ୍ପାଞ୍ଜଳି ଆଦି ଅନୁଷ୍ଠିତ ହୋଇଥିଲା । ଏହି ଯଜ୍ଞ ତିନି ଧରି ଚାଲିଥିଲା । ଏହି ଯଜ୍ଞ ରେ ବିଭିନ୍ନ ଅଞ୍ଚଳର ବହୁ ସାଧୁସନ୍ଥ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ