ସତ୍ୟବାନ କୁ ଦେଲା ସାବିତ୍ରୀ ଧୋକା
ଧମାନଗର, (ସନ୍ତୋଷ କୁମାର ପ୍ରଧାନ) :-ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନ ଧୂସୁରି ବଜାରର ଦେବବ୍ରତ ଗୋଛାୟାତଙ୍କ ପୁଅ ରାହୁଲ ଓରଫ ସତ୍ୟବାନ ବ୍ରାହ୍ମଣିପାଳ ଗ୍ରାମର ବଳରାମ ପଣ୍ଡାଙ୍କ ଝିଅ ହରିପ୍ରିୟା ଓରଫ ସାବିତ୍ରୀ ୨ ବର୍ଷ ଧରି ଉଭୟ ଉଭୟଙ୍କୁ ଭଲପାଉଥିଲେ । ତେବେ ଉଭୟ ଘରକୁ ନଜାଇଇ ଉଭୟେ ଫେରାର ହୋଇଗଲେ ତେବେ ପୁଅର ପରିବାର ଲୋକେ ଉଭୟଙ୍କୁ ଧରି ପୁରୀର ନୃସିଂହ ନାଥ ମନ୍ଦିରରେ ଉଭୟଙ୍କ ବିବାହ ସମ୍ପୂର୍ଣ୍ଣ କରି ଘରକୁ ଆଣିଥିଲେ ତାପରେ ପୁଅ ବୋହୂ ବୋହୂ ବହୁଖୁସିରେ ଦିର୍ଘ ୭ ମାସ ଧରି ଘରେ ରହିବା ପରେ ବୋହୂ ହରିପ୍ରିୟା ପାଠ ପଢିବାକୁ ଜିଧି ଧରିଥିଲେ ପରିବାର ଲୋକ ଅନୁମତି ପରେ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟରେ ହରିପ୍ରିୟାକୁ ଆଡମିସନ କରାଗଲା । ହରିପ୍ରିୟା ସେ ତାଙ୍କ ସ୍ୱାମୀ ପାଇଁ ପ୍ରଥମ ଥର ସାବିତ୍ରୀ ବ୍ରତ କରିଥିଲେ।ଏବଂ ତାପରଦିନ ପରୀକ୍ଷା ଦେବାକୁ ଯାଇଥିଲେ ନିଜ ସ୍ୱାମୀ ସହ। ପରୀକ୍ଷା ସରିବା ପରେ ସ୍ୱାମୀ ଆଣିବାକୁ ଯାଇଥିଲେ ହେଲେ ପରୀକ୍ଷା ହଲରୁ ହରିପ୍ରିୟା ବାହାରିବା ସମୟରେ ଏକ କାରରେ ବସି ଲେ ଆଉ କୁଆଡେ ପଳେଇଲେ । ଏସବୁ ସ୍ୱାମୀ ଆଖି ଆଗରେ ଘଟିଗଲା ସ୍ୱାମୀ ରାହୁଲ ଚିତ୍କାର କରି ସ୍ତ୍ରୀ କୁ ଡାକୁ ଥାନ୍ତି ହେଲେ ସ୍ତ୍ରୀ କୌଣସି କଥାନସୁଣୀ କାରରେ ପଳାଇଲେ ବହୁ ବାଟ ପିଛା କରି ନିରାଶ ହୋଇ ଥିଲେ ସ୍ୱାମୀ ରାହୁଲ ଘରକୁ ଫେରି ପରିବାର ଲୋକଙ୍କ ଆଗରେ ସବୁ ବଖାଣିଲେ ପରେ ପରିବାର ଲୋକେ ଏନେଇ ଧୁଷୁରୀ ଥାନାରେ ଅଭିଯୋଗ ପରେ ପୋଲିସ ୪୪/22 ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।


