ବାଲେଶ୍ଵର ସାଂସଦଙ୍କ କାର୍ଯ୍ୟକାଳର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ରିପୋର୍ଟ କାର୍ଡର ଲୋକାର୍ପଣ ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା) :-ଆଜି ଭାରତୀୟ ଜନତା ପାର୍ଟି ଜିଲ୍ଲା ତରଫରୁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ କାର୍ଯ୍ୟକାଳର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ରିପୋର୍ଟ କାର୍ଡର ଲୋକାର୍ପଣ ଉତ୍ସବ ସ୍ଥାନୀୟ ରାଜସ୍ଥାନ ଭବନରେ ଉଜ୍ଜାପିତ ହୋଇଯାଇଛି । ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା ମଞ୍ଚ ଆହ୍ବାନ କରିଥିଲେ । ଅତିଥି ପରିଚୟ, ଭାରତମାତା ପୂଜନ ଓ ସାମୁହିକ ବନ୍ଦେ ମାତରଂ ଗାନ ପରେ ଲୋକାର୍ପଣ ଉତ୍ସବ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା । ପ୍ରଥମେ ଦଳିୟ କାର୍ଯ୍ୟକର୍ତ୍ତା, ବିଭିନ୍ନ ମୋର୍ଚ୍ଚା ଓ ବିଧାନସଭା ସ୍ତରରୁ ସାଂସଦ ମହୋଦୟଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ଲୋକାର୍ପଣ ଉତ୍ସବକୁ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ପରିଚାଳନା କରିଥିଲେ । ମଞ୍ଚାସିନ ନେତୃମଣ୍ଡଳୀ ଦ୍ଵାରା ସାଂସଦଙ୍କ ତିନି ବର୍ଷର ରିପୋର୍ଟ କାର୍ଡ ଉନ୍ମୋଚିତ ହେବା ପରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହାପାତ୍ର ସାଂସଦଙ୍କ ଦ୍ଵାରା ବିଗତ ତିନି ବର୍ଷରେ କରାଯାଇଥିବା କାର୍ଯ୍ୟର ବିବରଣୀ ପାଠ କରିଥିଲେ । ପୁର୍ବତନ ସଦର ବିଧାୟିକ ଜୀବନ ପ୍ରଦୀପ ଦାସ, ବଡ଼ସାହି ବିଧାୟକ ସନାତନ ବିଜୁଳି, ରେମୁଣାର ପୁର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସୋର ବିଧାୟକ ପାର୍ଥୀ ରାକେଶ ମଲ୍ଲିକ, ଭୋଗ ରାଇ ବିଧାୟକ ପାର୍ଥୀ ଅଂଶୁମାନ ମହାନ୍ତି ଓ ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ ତାଙ୍କ ବ୍ୟକ୍ତବ୍ୟରେ ବିଗତ ତିନି ବର୍ଷରେ ସାଂସଦଙ୍କ ସହିତ ତାଙ୍କ ଉପଲବ୍ଧି ଓ ଲୋକାଭିମୁଖୀ କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ପୁର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି, ଶୁଭଙ୍କର ମହାପାତ୍ର ଓ ପର୍ଶୁରାମ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା ଓ ଇଶ୍ଵର ଚନ୍ଦ୍ର ବେହେରା ମଞ୍ଚାସିନ ଥିଲେ ।


