ପୁରୁଣାପାଣି ପଡିଆରେ କୁଡୁମି ସେନାର ୧୦ ମ ପ୍ରତିଷ୍ଠା ଦିବସରେ ବିହାର ରାଜ୍ୟର ଗ୍ରାମ ଉନ୍ନୟନ ମନ୍ତ୍ରୀ ଶ୍ରବଣ କୁମାରଙ୍କ ଯୋଗଦାନ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ସାରା ଭାରତରେ ୨କୋଟିରୁ ଉର୍ଦ୍ଧ୍ବ କୁଡୁମି ସଂପ୍ରଦାୟର ଲୋକେ ଓଡ଼ିଶା ,ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର ଓ ଆସାମରେ ବସବାସ କରୁଛନ୍ତି । ପଡୋଶୀ ନେପାଳ ରାଜ୍ୟରେ ମଧ୍ୟ ବସବାସ କରୁଛନ୍ତି ।ଏହି ଜାତିକୁ ୧୯୫୦ ମସିହା ପର୍ଯ୍ୟନ୍ତ ଆଦିବାସୀ ମାନ୍ୟତା ମିଳିଥିଲା । କିନ୍ତୁ ପରେ ସମ୍ବିଧାନରୁ ଆଦିବାସୀ ମାନ୍ୟତା ହଟାଇ ଦିଆଗଲା ।ପୁନଃ ଆଦିବାସୀ ମାନ୍ୟତା ପାଇଁ ଏହି ସଂପ୍ରଦାୟର ଲୋକେ ଦାବି ରଖି ଆସୁଛନ୍ତି । ଓଡ଼ିଶାରେ କ୍ରାନ୍ତିକାରୀ ଯୁବନେତା ଜୟମୁନୀ ମହାନ୍ତଙ୍କ ନେତୃତ୍ୱରେ କୁଡୁମି ସମ୍ପ୍ରଦାୟର ଲୋକଙ୍କୁ ୩ ଜୁନ ୨୦୧୨ ମସିହାରେ ଏକାଠି କରି କୁଡୁମି ସେନା ଗଠନ କରିଥିଲେ । ସଂଗଠନର ଏକମାତ୍ର ଉଦେଶ୍ୟ ଏହି ସମ୍ପ୍ରଦାୟକୁ ଆଦିବାସୀ ମାନ୍ଯତଗ ମିଳୁ ଯାହାଫଳରେ ସେମାନଙ୍କର ସାମାଜିକ , ଆର୍ଥିକ,ଭାଷା, ସଂସ୍କୃତି ସୁରକ୍ଷିତ ହୋଇ ପାରିବ । ଏଥିପାଇଁ ଭୁବନେଶ୍ଵରରୁ ଦିଲ୍ଲୀ ଯନ୍ତର ମନ୍ତର ପର୍ଯ୍ୟନ୍ତ ସେ ୩ ଥର ଆନ୍ଦୋଳନର ନେତୃତ୍ଵ ନେଇଥିଲେ ।କରୋନା ମହାମାରୀ ଯୋଗୁଁ ଆନ୍ଦୋଳନ,ସଭା,ସମିତ ବନ୍ଦ ଥିଲା । ଏବେ ପୁନଃ ଆଜିର ଦିନରେ କୁଡୁମି ସେନାର ୧୦ ମ ପ୍ରତିଷ୍ଠା ଦିବସ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ନିକଟ ପୁରୁଣାପାଣି ଗଁ ପଡିଆରେ ଏକ ବିଶାଳ ସଭା ଆୟୋଜନ ହୋଇଥିଲା ।ପ୍ରଥମେ କୁଡୁମି ସେନାର କର୍ମି ,ରାଜ୍ୟ ତଥା ବିଭିନ୍ନ ଜିଲ୍ଲା ନେତୃବୃନ୍ଦ,ବାହାର ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ,ବିହାର, ପଶ୍ଚିମବଙ୍ଗ ପ୍ରମୁଖ ଯୁବ,ଛାତ୍ର, ମହିଳା ନେତୃବୃନ୍ଦ ରାଇରଙ୍ଗପୁର ସହରର ଶାନ୍ତିପାଲାସରୁ ଏକ ବିଶାଳ ପଦଯାତ୍ରା ଦିର୍ଘ ୪ କିମି ଦୂର ଚାଲି ଚାଲି ଜନସଚେତନତା ସୃଷ୍ଟି କରିଥିଲେ । ପରେ ପୁରୁଣାପାଣି ପଡ଼ିଆରେ ୧୦ ମ କୁଡୁମି ସେନା ପ୍ରତିଷ୍ଠା ଦିବସ ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିହାର ରାଜ୍ୟର ନାଳନ୍ଦା ଅଂଚଳର ୭ ଥର ବିଧାୟକ ତଥା ବର୍ତ୍ତମାନର ସରକାରଙ୍କ ଗ୍ରାମ ଉନ୍ନୟନ ମନ୍ତ୍ରୀ ଶ୍ରବଣ କୁମାର ଯୋଗ ଦେଇ ଥିଲେ । ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ଝାଡ଼ଖଣ୍ଡ ରାଜ୍ୟର କୁଡୁମି ସେନା ଅଧ୍ୟକ୍ଷ ଲାଲଟୁ ମାହୋତୋ, ସମ୍ମାନିତ ଅତିଥି ପଶ୍ଚିମ ବଙ୍ଗର କୁଡୁମି ନେତା ବିରେନ ମହାତୋ, ରାଜ୍ୟ ସଭାନେତ୍ରୀ ସୁଜାତା ମହାନ୍ତ, କେନ୍ଦୁଝର ଜିଲ୍ଲା ସଭାପତି କୈଳାଶ ମହାନ୍ତ, , ରାଜ୍ୟ ଉପସଭାପତି ଅଭିମନ୍ୟୁ ମହାନ୍ତି, ଜିଲ୍ଲା ସଭାପତି ଡମ୍ବରୁଧର ମହାନ୍ତ,କୁଡୁମି ସେନା ଛାତ୍ର ସଭାପତି ବରୁଣ ମହାନ୍ତ,ଆଲୋକ ରଂଜନ ମହାନ୍ତି,ଭଜହରି ମହାନ୍ତି,ନିରୁପମା ମହାନ୍ତ, ସୌଭାଗ୍ୟ ମହାନ୍ତ,ଗୌତମ ମହାନ୍ତ,ସୁନା ମହାନ୍ତ, ସୁଭଦ୍ରା ମହାନ୍ତ, ପ୍ରମୁଖ ଯୋଗ ଦେଇଥିଲେ । ତୁଙ୍ଗ କ୍ରାନ୍ତିକାରୀ ଯୁବ ନେତା ରାଜ୍ୟ ସଭାପତି ଜୟମୁନି ମହାନ୍ତ ସଭାପତିତ୍ବ କରିବା ସହ ସମସ୍ତ ଅତିଥିବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ପରେ ମୁଖ୍ୟ ଅତିଥି କହିଥିଲେ ଆଦିବାସୀ ଓ କୁଡୁମି ସମାଜର ସଂସ୍କୃତି ଓ ପରଂପରାର ସାମଞ୍ଜସ୍ୟ ରହିଛି ।ଉଭୟ ପ୍ରକୃତି ପୂଜକ । ଉଭୟ ପାହାଡିଆ ଅଂଚଳରେ ବସବାସ କରନ୍ତି । ଏମାନେ କଠିନ ପରିଶ୍ରମୀ । ଏମାନଙ୍କର ସାମ୍ବିଧାନିକ ଅଧିକାର ଆଦିବାସୀ ମାନ୍ୟତା କୁ ରାଜ୍ୟ ଓ କେନ୍ଦ୍ର ସରକାର ବିଚାରକୁ ନେଇ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ ।ଯଦି ସରକାର ନ ମାନନ୍ତି ତାହାହେଲେ ଆଗାମି ଦିନରେ ଅଧିକାର ପାଇଁ କୁଡୁମି ସମାଜ ଦୁର୍ବାର ଆନ୍ଦୋଳନ କରିବାକୁ ବାଧ୍ୟ ହେବ । ଦିର୍ଘଦିନ ଉଭୟ ସରକାରଙ୍କ ଅଣଦେଖାକୁ ବରଦାସ୍ତ କରିବ ନାହିଁ କୁଡୁମି ସମାଜ ।ଅତିଥିଗଣ ସମସ୍ତ କୁଡୁମିକୁ ଏକାଠି ହୋଇ ଆନ୍ଦୋଳନ ତିବ୍ରତର କରି ସରକାରଙ୍କ ଉପରେ ଚାପ ପକାଇବା ପାଇଁ ନିବେଦନ କରିଥିଲେ । ସଭାପତି ଜୟମୁନି ମହାନ୍ତ କହିଥିଲେ ୨୦୨୨ ନିଜର‌ ହକ ପାଇଁ କୁଡୁମି ସେନା ପଞ୍ଚାୟତ,ବ୍ଲକ, ଜିଲ୍ଲାପାଳ କାର୍ଯ୍ୟାଳୟ, ବିଧାନ ସଭା, ନବିନ ନିବାସ, ଦିଲ୍ଲୀ ଯନ୍ତ୍ର ମନ୍ତରଘେରାଉ କରିବ । ରେଳରୋକ କରିବ ଏବଂ୨୦୨୨/୨୩ ବର୍ଷ ହେବ କୁଡୁମି ସମାଜର‌ ଆନ୍ଦୋଳନର‌ ବର୍ଷ । ଆସନ୍ତା ଜୁନ ୮ ତାରିଖ ଦିନ ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୁଡୁମି ସେନା ବିକ୍ଷୋଭ ଓ ପ୍ରତିବାଦ ସଭା କରିବ ବୋଲି କହିଥିଲେ ।ସଭାରେ କୁଡୁମି ସମାଜର ସାଂସ୍କୃତିକ କାର୍ଯ୍ୟକ୍ରମ ଝୂମର ପରିବେଷଣ ରେ ମଂଚ ଦୁଲକିଥିଲା ।ନିଜର ଅଧିକାର ହାସଲ ପାଇଁ କୁଡୁମି ସମାଜର ଆବାଳ ବୃଦ୍ଧ ବନିତା ହାତକୁ ହାତ ଛନ୍ଦି ଢୋଲ ମାଦଳର ତାଳେ ତାଳେ ଝୂମର ନୃତ୍ୟ ଓ ଗୀତ ରେ ମସଗୁଲ ହୋଇଥିଲେ । ଢୋଲ ବାଜା ଓ ଧୁମ୍ ନୃତ୍ୟରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଂଚଳ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ