୫-ଟିରେ ରୁପାନ୍ତରିତ ଢ଼େଙ୍କା ହାଇସ୍କୁଲ ଉଦଘାଟିତ
ହାଟଡିହି, (ବିକାଶ ବିଶ୍ୱାଳ) :-ରାଜ୍ୟ ସୀକାର ଦ୍ୱତୀୟ ପର୍ଯ୍ୟାୟରେ ୫-ଟି ଯୋଜନା ଲାଗୁକରି ରାଜ୍ୟର ୪୯୨ଟି କ୍କୁଲକୁ ରୁପାନ୍ତରିତ କରିଥିବାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ତାହାକୁ ଉଦଘାଟିତ କରିଛନ୍ତି । ଏହି କ୍ରମରେ ଆଜି ହାଟଡିହି ବ୍ଲକର ଢ଼େଙ୍କା ସ୍କୁଲରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଏହି ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ମନେସିଂ ମୁର୍ମୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ହାଟଡିହି ତହସିଲଦାର ଦିଲ୍ଲିପ କୁମାର ସାହୁ, ବିଡିଓ ସୁଶ୍ରୀ ବିନୀତା ବିଜୟନୀ, ୩୫ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ସୁକାନ୍ତୀ ଯେନା, ଢ଼େଙ୍କା ସରପଞ୍ଚ ସୁବାସିନୀ ସେଠୀ, ସମିତିସଭ୍ୟା ସୁକାନ୍ତୀ ବିଶ୍ୱାଳ, ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ଶିକ୍ଷାର ବିକାଶ ପାଇଁ ସରକାରଙ୍କ ଏହି ପଦକ୍ଷେପକୁ ପ୍ରସଂଶା କରିଥିଲେ । ଏହା ଦ୍ୱାରା ସରକାରୀ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀଙ୍କ ପଢ଼ିବାପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକା ବ୍ୟବସ୍ଥା ରହୁ ଥିବାରୁ ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲରେ ପଢ଼ିବାପାଇଁ ଆକୃଷ୍ଟ ହେବେ ବୋଲି ମତଦେଇଥିଲେ । ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର କୁମାର ନାୟକ, କନିଷ୍ଠଯନ୍ତ୍ରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ପିଇଓ ସୁରେଶ କୁମାର ସେଠୀ, ଜିଆରଏସ ପ୍ରଫୁଲ କୁମାର ମାଝୀ, ମନୋଜ ମହାନ୍ତି, ସ୍କୁଲ କମିଟି ସଦସ୍ୟ ସଦସ୍ୟାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଅନିରୁଦ୍ଧ ସ୍ୱାଇଁ, ସବିତା ବିଶ୍ୱାଳ, ଅନୁସୁୟା ପଣ୍ଡା, ବିଦ୍ୟାଧର ପଣ୍ଡା, ସୁରଜିତା ଜେନା, କୃଷ୍ଣ ଚନ୍ଦ୍ର ପଢ଼ିଆରୀ, ଆଲୋକ କୁମାର ନାଥ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।