ହିଲଟପ ବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳନ
ମୋହନା, (ଅଂଶୁମାନ ପଣ୍ଡା) :-ସ୍ଥାନୀୟ ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ବାଳିକା ବିଭାଗର ଯୋଜନା ଅଧିକାରୀ ଅଧ୍ୟାପକ ଅନୀଲ କୁମାର ତ୍ରିପାଠୀଙ୍କ ପରିଚାଳନାରେ ୪୦ ଜଣ ଶିକ୍ଷାର୍ଥୀଙ୍କୁ ନେଇ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ପରିବେଶ ସୁରକ୍ଷାର ନାରା ଦେଇ ଶିକ୍ଷାର୍ଥୀନି ମାନେ ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଅଧ୍ୟକ୍ଷ ସୀମାଞ୍ଚଳ ସାହୁ , ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ ।