ଭାରି ପଡିଲା ପିଲାଚୋରି

ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗୁଣ୍ଡୁରିମରା ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟି ଯାଇଛି । ପିଲା ଚୋରି ଅଭିଯୋଗରେ ଜଣେ ଅଜଣା ଯୁବକଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ବିଲ ପାଖରେ ଖେଳୁଥିବା ବେଳେ ଜଣେ ଶିଶୁ ନିଖୋଜ ହୋଇଯାଇଥିଲା। ବହୁତ ଖୋଜାଖୋଜି କରିବା ପରେ ଶିଶୁଟିକୁ ଜଣେ ଅଜଣା ଯୁବକ ସହ ଦେଖାଯାଇଥିଲା। ଏହାପରେ ପିଲା ଚୋରି ଅଭିଯୋଗରେ ସ୍ଥାନୀୟ ଲୋକେ ଉକ୍ତ ଯୁବକଙ୍କୁ ମାଡ଼ ମାରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ