କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବିଶ୍ୱ ପରିବେଶ ଦିବସର ବିଷୟ ବସ୍ତୁ ଥିଲା “ଏକମାତ୍ର ପୃଥିବୀ” । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ମଧୁସୂଦନ କାମିଲା ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସେଚ୍ଛାସେବୀମାନେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିବା ସହ ସବୁଜ ପରିବେଶ ସୃଷ୍ଟି କରିବା ପାଇଁ ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର ଦୁଇ କାର୍ଯ୍ୟକାରୀ ଅଧିକାରୀ ଅଧ୍ୟାପକ ଗିରିଜାକାନ୍ତ ଦାସ ଓ ଅଧ୍ୟାପକ ମୃତ୍ୟୁଞ୍ଜୟ ମହାନ୍ତି ପରିଚାଳନା କରିଥିଲା ବେଳେ ସ୍ୱେଚ୍ଛାସେବୀ ଶଶୀପ୍ରସାଦ ମହାରଣା, ରାଜେନ୍ଦ୍ର ଲେଙ୍କା, ସାଇନମ୍ ପରୱିନ୍‌, ମାମାଲି ସାହୁ, ଲୋପିତା ପଲାଇ, ଅର୍ପିତା ପରିଡା ପ୍ରମୁଖ ବୃକ୍ଷ ରୋପଣରେ ସାହାର୍ଯ୍ୟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ