କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଆଜି କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପିକା ମୋନାଲିସା ସିଂଙ୍କ ତତ୍ତ୍ୱାବଧାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ପରାମର୍ଶରେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରା ଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଜାତୀୟ ସମର ଶିକ୍ଷାର୍ଥୀର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ସହାୟତା ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଅଧ୍ୟକ୍ଷା କହିଥିଲେ ବୃକ୍ଷହିଁ ଜୀବନ ଏବଂ ପରିବେଶର ପ୍ରଦୂଷଣ ଯୋଗୁଁ କେଉଁଭଳି ଭାବରେ ପ୍ରାଣୀ ଜଗତ ପ୍ରଭାବିତ ହେବାକୁ ଯାଉଛନ୍ତି । ପରିବେଶ ସୁରକ୍ଷା ନିମିତ୍ତ ବ୍ୟାପକ ବୃକ୍ଷରୋପଣ ସଙ୍ଗେସଙ୍ଗେ ପ୍ରଦୂଷଣକୁ ହ୍ରାସ କରିବା ଆମ ସମସ୍ତଙ୍କର କାମ ହେବା ଉଚିତ୍ । ପ୍ରାଧ୍ୟାପକ ରଞ୍ଜିତ ଦାସ, ଅଶୋକ କୁମାର ଦାସ, ଅଧ୍ୟାପକ ସେକ୍ ହବିବ୍‌, ସୁବ୍ରତ କୁମାର ପାତ୍ର ଓ ଡ. ଦେବକାନ୍ତ ଷଡଙ୍ଗୀ ପ୍ରମୁଖ ଅଧ୍ୟାପିକା ସିଂଙ୍କୁ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ