ହିମାଂଶୁ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ଏଫଏମ ଆଲୁମିନିର ସ୍ମୃତିସଭା
ବାଲେଶ୍ୱର, (ସରୋଜ ପଣ୍ଡା) :-ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ତଥା ଫକୀର ମୋହନ କଲେଜ ଆଲୁମିନିର ପୂର୍ବତନ ସଭାପତି ସ୍ୱର୍ଗତ ହିମାଂଶୁ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଅଲୁମିନିର ସଭାପତି ଡାକ୍ତର ପ୍ରଭାତ ଚୌଧୁରୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉପଦେଷ୍ଟା ପ୍ରସନ୍ନ ପାଟଶାଣୀ, ଉପ-ସଭାପତି ଅନୀଲ ପଟ୍ଟନାୟକ, ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ମହାନ୍ତି, ବରିଷ୍ଠ ସଦସ୍ୟ ସତ୍ୟରଞ୍ଜନ ବାରିକ, ସୁରେନ୍ଦ୍ର ପ୍ରସାଦ ଧଳଙ୍କ ସମେତ ନିରଞ୍ଜନ ଦ୍ୱିବେଦୀ, ରାମ ପ୍ରସାଦ ପ୍ରଧାନ, ଶରତ ମିଶ୍ର, ଅଂଶୁମାନ ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ଘୋଷ, ରାମ ପ୍ରସାଦ ସେଠୀ, ଦୀପକ ଦାସ, ପ୍ରଣତି ସିଂହ, ରମାକାନ୍ତ ମହାନ୍ତି, ଆର୍ଥ ଆଶ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଉଚ୍ଚ ବିଚାର ତଥା ବହୁବିଧ ପ୍ରତିଭା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଜଣେ ବନ୍ଧୁବତ୍ସଳ, ମେଳାପୀ, ତଥା ସଂସ୍କୃତି ପ୍ରେମୀ, ତଥା ଦରଦୀ ବ୍ୟକ୍ତିତ୍ୱ ଭାବେ ତାଙ୍କର ଅବର୍ତ୍ତମାନରେ ସମାଜସେବା କ୍ଷେତ୍ରରେ ବିରାଟ ଶୁନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।