ଶାନ୍ତି କମିଟି ଗଠିତ ୧୪୪ ଧାରା ଜାରି
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଓ ବାହାଡାପଦା ବାଘମାରୀ ପଞ୍ଚାୟତ ଅଧିନ ବିଜିପୁର ଗ୍ରାମ ବାସୀଙ୍କ ମଧ୍ୟ ରେ ରକ୍ତାକ୍ତ ସଂଘର୍ଷରେ ଉଭୟ ପକ୍ଷର ୨୨ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ସେମାନଙ୍କ ମଧ୍ୟରୁ ସଙ୍କଟାପୂଣ ଥିବା ମହିଳା ଗୌଡ ଙ୍କୁ ବ୍ହହପୁର ଡାକ୍ତରଖାନାରୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ଏଭଳି ଏକ ସ୍ପଶକାତର ଘଟଣା କୁ ନେଇ ସୋମବାର ଦିନ ଚନ୍ଦ୍ରଗିରି ଫାଣ୍ଡି ଠାରେ ତସିଲଦାର କିଶୋର ଚନ୍ଦ୍ର ଦାସ ଓ ଏସଡିପି ଦିଲ୍ଲୀପ କୁମାର ନାୟକ, ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ଚନ୍ଦ୍ରଗିରି ଜୋନଂ ଜିଲ୍ଲା ପରିଷଦ ସୁନିଲ ବିଷୋୟୀ ଜିରାଙ୍ଗ ପଞ୍ଚାୟତ ସରପଞ୍ଚ ଓ ବାଘମାରି ସରପଞ୍ଚ ଙ୍କ ଉପସ୍ଥିତ ରେ ଉଭୟ ୮ଜଣ ଙ୍କୁ ନେଇ ଶାନ୍ତି କମିଟି ଗଠନ କରାଯାଇଛି । ଉକ୍ତ ଜବରଦଖଲ ଜମିକୁ ସରକାର ହାତକୁ ନେଇଥିବା ବେଳେ୧୪୪ ଧାରା ଲାଗୁ କରାଯାଇଛି।ବୋଲି ଏସଡିପିA ସୂଚନା ଦେଇଛନ୍ତି ।


