ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବାଲେଶ୍ୱର ବନ୍ଦ ୧୬ରେ
ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ପ୍ରତିବାଦରେ ଚଳିତ ମାସ ୧୬ ତାରିଖରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାରଘଣ୍ଟି÷ଆ ବନ୍ଦ ପାଳନ ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଗୁରୁବାର ଅନୁଷ୍ଠିତ ମିଳିତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସ୍ଥାନୀୟ ଫାଣ୍ଟାସି ହୋଟେଲରେ ଆୟୋଜିତ ବୈଠକରେ ବିଭିନ୍ନ ରାଜନୈତିକ ଦଳ, ନିର୍ବାଚିତ ଜନପ୍ରତିନିଧି, ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ଓ ଯୁବ ଛାତ୍ର, ମହିଳା ସଂଗଠନ ପ୍ରତିନିଧିମାନେ ଯୋଗଦେଇ ଏହି ଚରମ ନିଷ୍ପତ୍ତି ନେଇଛନ୍ତି । ବାଲେଶ୍ୱର ଭଳି ଶାନ୍ତିପ୍ରିୟ ଜିଲାରେ ହତ୍ୟା, ଛିନ୍ତାଇ, ଚୋରୀ, ରାହାଜାନୀ ଓ ନିଶା କାରବାର ବୃଦ୍ଧି ପାଇବା ଫଳରେ ଜିଲାବାସୀଙ୍କ ଧନ, ଜୀବନ ଓ ସମ୍ମାନ ରକ୍ଷା କରିବାରେ ପୁଲିସର ବିଫଳତାକୁ ଏହି ବୈଠକରେ ଦାୟୀ କରାଯାଇଛି । ତେବେ ୧୬ ତାରିଖର ‘ବାଲେଶ୍ୱର ବନ୍ଦ’ଆନ୍ଦୋଳନକୁ ଜିଲାବ୍ୟାପୀ ସଫଳ କରିବା ପାଇଁ ବକ୍ତମାନେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏହି ମିଳିତ ବୈଠକରେ ଓକିଲ ସଂଘର ସଭାପତି ମନୋଜ ନାୟକ, ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଓ ବରିଷ୍ଠ ନାଗରିକ ମଞ୍ଚର ଜିଲା ସଂପାଦକ ଲକ୍ଷ୍ମୀଧର ବେହେରା ସଭାପତି ମଣ୍ଡଳୀ ଅଧ୍ୟକ୍ଷତା କରିଥିଲେ । ସାମାଜିକ କର୍ମୀ ତଥା ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏଥିରେ ବରିଷ୍ଠ ନାଗରିକ ମଞ୍ଚ, ସିଭିଲ୍ ସୋସାଇଟି, ବାଲେଶ୍ୱର ଓକିଲ ସଂଘ, ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍), ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍, ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ୍), ବାଲେଶ୍ୱର ଚ୍ୟାମ୍ବର ଅଫ୍ କମର୍ସ, ବାଲେଶ୍ୱର ବ୍ୟବସାୟୀ ସଂଘ, ବାଲେଶ୍ୱର ମୋଟର ପରିବହନ କର୍ମଚାରୀ ସଂଘ, ଫକୀରମୋହନ କଲେଜ୍ ଆଲୁମିନି ଏସୋସିଏସନ୍, ସାଧାରଣ ବୀମାକର୍ମଚାରୀ ସଂଘ, ପେଟ୍ରୋଲ୍ ପମ୍ପ୍ ମାଲିକ ସଂଘ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ବାଲେଶ୍ୱର ପଥବିକ୍ରେତା ସଂଘ, ବାଲେଶ୍ୱର ଟ୍ରେଡ଼୍ ୟୁନିୟନ୍ ଆସୋସିଏସନ୍ ସମନ୍ୱୟ ସମିତି, ଏଆଇଟିୟୁସି, ସିଆଇଟିୟୁ, ଆଇଏନ୍ଟିୟୁସି, ଟିୟୁସିସି, ୟୁଟିୟୁସି ଲେନିନ୍ ସରଣୀ, ଓଡ଼ିଶା ସେଲ୍ସ୍ ରିପ୍ରେଜେଣ୍ଟେଟିଭ୍ ୟୁନିୟନ୍, ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ୍, ଅଖିଳ ଭାରତ ଯୁବସଂଘ, ଚାଷୀ ଏକତା ମଞ୍ଚ, ଗଣତାନ୍ତ୍ରିକ ମହିଳା ସମିତି, ଉତ୍କଳ ମହିଳା ସମିତି, ବାଲେଶ୍ୱର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି, ଜିଲା ସ୍କୁଲ୍ ଆଲୁମିନି ଏସୋସିଏସନ୍, ବିଭିନ୍ନ ସାମ୍ବାଦିକ ସଂଘ ସମେତ ରାଜନୈତିକ ଓ ସାଂସ୍କୃତିକ ଗଣସଂଗଠନମାନେ ଅଂଶଗ୍ରହଣ କରିଥିଲେ । ଏହି ଆଲୋଚନା ଚକ୍ରରେ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଅୟନ୍ ସେନ୍, ବିଷ୍ଣୁପ୍ରସାଦ ମହାନ୍ତି, ବିକ୍ରମ ପଣ୍ଡା, ବିପ୍ଳବ ମହାନ୍ତି, ଅର୍ଚ୍ଚନା ନନ୍ଦୀ, ଶିଶିର କୁମାର ହୁଇ, ନିରଞ୍ଜନ ବାରିକ୍, ସର୍ବେଶ୍ୱର ମିଶ୍ର, ଜୟନ୍ତ ଦାସ, ଅରୁଣ ଜେନା, ଶ୍ରଦ୍ଧାଞ୍ଜଳି ରାୟ, ବିଭୂତି ଭୂଷଣ ପ୍ରଧାନ, ସୁଶାନ୍ତ କୁମାର ରଣା, ରାଜକିଶୋର ଲେଙ୍କା, ଯଶୋଦାନନ୍ଦନ ଆସ୍, ବିକାଶ କୁମାର ଦାସ, ଅରୁଣ ଜେନା, ସତ୍ୟେନ୍ଦ୍ର କୁମାର ଦାସ, ଜିତେନ୍ଦ୍ର ମହାନ୍ତି, ସାମ୍ବାଦିକ ଲୋକନାଥ ଦଳେଇ, ଦେବବ୍ରତ ପାଣିଗ୍ରାହୀ, ବିଶ୍ୱଜିତ୍ ମହାପାତ୍ର, ଶରତ ମହାପାତ୍ର, ଅବଦୁଲ୍ ରଫିକ୍, ଅଜଗର ଅଲ୍ଲୀ, ଭାସ୍କର ଜଟାନିଆ, ସୁଧାକର ସେଠୀ, ନିରଞ୍ଜନ ପରିଡ଼ା, ବେଣୁଧର ସାହୁ, ମିର୍ଜା ମନାନ୍ ବେଗ୍, ରାଜେଶ ଗିରି, ତପନ ସିଟ୍, ବିଧାନ ଚନ୍ଦ୍ର ରାୟ, ଅନୁଜ ମହାପାତ୍ର, ଡ. ଗୋବିନ୍ଦ ବିଶ୍ୱାଳ, ରଶ୍ମିରଞ୍ଜନ ଦାସ, ପ୍ରଦୀପ କର, ସମୀର ଦେ, ଚିତ୍ତରଞ୍ଜନ ଦାସ, ସତ୍ୟେନ୍ଦ୍ର ନାଥ ଦାସ, ରତିକାନ୍ତ ପାତ୍ର, ପ୍ରେମରଞ୍ଜନ ପାତ୍ର, ଶ୍ୟାମସୁନ୍ଦର ଜେନା, ସୁଧାଂଶୁ ଦାସ, ସେଖ୍ ଇସ୍ଲାମ୍, ଆବିଦ୍ ଖାଁ, ମନୋଜ ରାଠୋର ପ୍ରମୁଖ ଯୋଗ ଦେଇଥିଲେ ।


