ବଇଁଚାରେ ବିଜେପିର ଓବିସି ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱାଧୀନ ସରକାରର ସେବା, ସୁଶାସନ, ଗରିବ କଲ୍ୟାଣର ୮ ବର୍ଷ ପୂରଣ ହେବା ଅବସରରେ ଆଜି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଇଁଚା ପଞ୍ଚାୟତ ଠାରେ ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ‘ଓବିସି ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଅଛି । ମୋଦିଜୀ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ କହିଥିଲେ \’ଆମ୍ଭର ସରକାର ପଛୁଆ, ଦଳିତ, ଆଦିବାସୀ, ବଂଚିତ, କୃଷକ, ମହିଳାଙ୍କ ପାଇଁ ସମର୍ପିତ ରହିବ । ମାନ୍ୟବର ପ୍ରଧାନମନ୍ତ୍ରୀ ପଛୁଆ ବର୍ଗ ମାନଙ୍କୁ ତାଙ୍କର ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଓବିସି କମିଶନ ଗଠନ କରି ସେମାନଙ୍କର ଅଧିକାର ଓ କାର୍ଯ୍ୟକୁ ସ୍ୱୀକୃତି ଦେଉଛନ୍ତି । ଓବିସି ବର୍ଗର ଯୁବକ ଯୁବତୀ ମାନଙ୍କର ଅର୍ଥନୈତିକ ବିକାଶ ପାଇଁ ରାଷ୍ଟ୍ରୀୟ ସ୍ତରରେ ଓବିସି ଫାଇନାନ୍ସ ଆଣ୍ଡ ଡେଭଲୋପମେଣ୍ଟ କର୍ପୋରେସନ ଗଠନ କରିଛନ୍ତି । ଓବିସି ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକର ସଶକ୍ତିକରଣ ପାଇଁ ସ୍ୱତନ୍ତ୍ର ଋଣ ଓ ସବସିଡ଼ି ବ୍ୟବସ୍ଥା ମଧ୍ୟ କରିଛନ୍ତି । ମୋଦି ସରକାର ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ ୨୭% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ସାମାଜିକ ନ୍ୟାୟ ଓ ଅଧିକାରୀତା ଜରିଆରେ ବଂଚିତ ବର୍ଗଙ୍କୁ ବିଶ୍ୱାସ ଯୋଜନାରେ ଆର୍ôଥକ ସହାୟତା, ନବ ସ୍ୱର୍ଣ୍ଣିମ ଓ ମହିଳା ସମୃଦ୍ଧି ଯୋଜନାରେ ଓବିସି ମହିଳାଙ୍କୁ ସ୍ୱତନ୍ତ୍ର ଋଣ ଦିଆଯାଉଛି । ସେହିପରି କୌଶଳ ବିକାଶ ଯୋଜନାରେ ୨୦୧୮-୨୦୨୧ ଭିତରେ ଓବିସି ବର୍ଗର ୭୩,୦୦୦ ଲାଭାର୍ଥୀ ଉପକୃତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଓବିସି ମୋର୍ଚ୍ଚାର ସଂଯୋଜକ ତଥା ବାଲେଶ୍ୱର ଜିଲ୍ଲା ପ୍ରଭାରୀ ଉମାକାନ୍ତ ଦାସ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ସରପଞ୍ଚ ରବି ପ୍ରଧାନ, ସମିତି ସଭ୍ୟ ଗୀତା ସୋରେନ, ମଣ୍ଡଳ ସାଧାରଣ ସମ୍ପାଦକ ପିତାମ୍ବର ଭୂୟାଁ, ଶ୍ରୀନିବାସ ମହାଳିକ, ଭୀମ ତରେଇ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ