ପଞ୍ଚୁଗୋଛିଆ ସେବା ସମବାୟ ସମିତିର ସଭାପତି ଭାବେ ନାରାୟଣ ରାଉତ ନିର୍ବାଚିତ
ହାଟଡିହି, (ବିକାଶ ବିଶ୍ୱାଳ ) : ପଞ୍ଚୁଗୋଛିଆ ସେବା ସମବାୟ ସମିତିର ସଭାପତି ଭାବେ ନାରାୟଣ ରାଉତ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ବଞ୍ଚୋ ଗ୍ରାମର ଚାଷୀ ନାରାୟଣ ରାଉତ ଏକମାତ୍ର ପ୍ରାର୍ଥୀ ଭାବେ ସଭାପତି ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ । ଫଳରେ ନିର୍ବାଚନ ଅଧିକାରୀ ଆଜି ତାଙ୍କୁ ବିଜୟୀ ଘୋଷଣା କରିଛନ୍ତି । ଏହି ସମିତିରେ ପୁର୍ବରୁ ସମସ୍ତ ୧୫ଜଣଯାକ ଡାଇରେକ୍ଟର ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବାବେଳେ ସଭାପତି ପଦବୀ ନିଦ୍ୱନ୍ଦରେ ନିର୍ବାଚିତ ହେବାରୁ ସମସ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ବିଧାୟକ ଭାଗିରଥି ସେଠୀ, ପୁର୍ବତନ ସସରପଞ୍ଚ ଶଶାଙ୍କ ଶେଖର ପୁହାଣ, ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ବିନୟ କୁମାର ନାୟକ, ଦତ୍ତାତ୍ରୟ ରାୟସର୍ଦ୍ଦାର, ବ୍ଲକ ଅଧ୍ୟକ୍ଷ ସାବିତ୍ରୀ ସେଠୀଙ୍କ ସମେତ ସେବାସମବାୟ ସମିତିର ସମସ୍ତ ସଭ୍ୟସଭ୍ୟା ଓ ଚାଷୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।