ଓଡ଼ିଶା ଗ୍ରାମ ପଞ୍ଚାୟତ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଭେଟି ସ୍ୱାଗତ ଓ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶା ଗ୍ରାମ ପଞ୍ଚାୟତ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘ । କାର୍ଯ୍ୟକ୍ରମରେ ସଂଘର କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ସେନାପତି, ରାଜ୍ୟ ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳ, ସହ ସମ୍ପାଦକ ସନାତନ ପ୍ରଧାନ, ସହ ସଂଯୋଜକ ରାଜେଶ ନାୟକ ଓ ବରିଷ୍ଠ ସଦସ୍ୟ ମାଧବ ବିଶ୍ୱାଳ ପ୍ରମୁଖ ଆମତଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ ।


