ବାଳ-ସତସଙ୍ଗରେ ବିଭିନ୍ନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ବାଳ ମୁକୁନ୍ଦ କାର୍ଯ୍ୟକ୍ରମରେ ପ୍ରଥମେ ସୂର୍ଯ୍ୟୋଦୟ ପୂର୍ବରୁ ଶ୍ରୀରାସିକରାଜ ମନ୍ଦିର(ପରିଛା ମଠ) ପରିସରରେ ଜଗଦଗୁରୁ ଶ୍ରୀକୃପାଳୁ ଜୀ ମହାରାଜଙ୍କ ଆରତୀ ପରେ ମନ୍ଦିର ବେଢ଼ା ନାମ ସଂକୀର୍ତ୍ତନ ସହ ପରିକ୍ରମା ହୋଇଥିଲା l ଦ୍ଵିତୀୟ ପର୍ଯ୍ୟାୟ ପୂର୍ବାହ୍ନରେ ସ୍ଥାନୀୟ ଶ୍ରୀଧର ନଗର ନିବାସୀ ଭୁବନେଶ୍ୱର ପାଣି ଗ୍ରାହୀ ଓ ମଞ୍ଜୁଳା ପାଣିଗ୍ରାହୀ ଙ୍କ ଜ୍ୟେଷ୍ଠ ପୁତ୍ର ଦୀପକ ପାଣିଗ୍ରାହୀଙ୍କ ବ୍ରତୋପନୟନ ଉତ୍ସବର ଶୁଭବଡି ଅବସରରେ ବାଳ-ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥି ରେ ଚିତ୍ରଶିଳ୍ପୀ ମୁରଲୀଧର ପରିଛା ସହଯୋଗ କରିଥିବାବେଳେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବାସହ ପ୍ରତ୍ୟେକ ରବିବାର ବାଳ ସତସଙ୍ଗୀ ମାନଙ୍କ ଘରକୁ ଯାଇ ବାଳ ମୁକୁନ୍ଦ ବାଳ-ସତସଙ୍ଗ ଓ କୃପାଳୁ ଶିଶୁ ସାହିତ୍ୟ ଆସର କାର୍ଯ୍ୟକ୍ରମ କରିବା ଯୋଜନାର ସୂଚନା ଦେଇଥିଲେ l


