ପିଡ଼ିଏସ ମେସିନ ଅଚଳ, ଲୋକଙ୍କୁ ମିଳୁନାହିଁ ସରକାରୀ ଚାଉଳ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ମୋହନା ବ୍ଲକର ଦମାଦୁଆ ପଞ୍ଚାୟତ କାର୍ଯାଳୟରେ ଗତ 3 ଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିବା ଯୋଗୁଁ ସର୍ଭର ସିଷ୍ଟମ ବନ୍ଦ ରହିଛି । ଯଦ୍ୱାରା ସରକାରୀ ଚାଉଳ ବଣ୍ଟନ ବ୍ୟବସ୍ଥା ହୋଇପାରୁନାହିଁ. ଲୋକେ ସରକାରୀ ଚାଉଳ ନେବାକୁ ଆସି ଚାଉଳ ନ ପାଇ ନିରାଶ ହୋଇ ଫେରୁଥିବା ଲକ୍ଷ୍ୟ କରାଯାଇଛି. ଦମଦୁଆ ପଞ୍ଚାୟତ କାର୍ଯାଳୟ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ବିଲ ବକେୟା ଥିବା ଯୋଗୁଁ ବିଦ୍ୟୁତ ବିଭାଗ ତରଫରୁ ବିଦ୍ୟୁତ ସରବରାହ ଛିନ୍ନ କରାଯାଇଛି. ଯଦ୍ୱାରା ଏହି ପଞ୍ଚାୟତ ଅଧୀନରେ ଥିବା ବିଭିନ୍ନ ଗ୍ରାମର ଲୋକଙ୍କୁ ପିଡିଏସ ଚାଉଳ ଓ ରାସନ ସାମଗ୍ରୀ ମିଳୁନାହିଁ. ଏହାର ମୁଖ୍ୟ କାରଣ ହେଲା ଯୋଗାଣ ସହାୟିକା ପିଡ଼ିଏସ ମେସିନ ବିଦୁତ ସରବରାହ ଛିନ୍ନ ଯୋଗୁଁ ମେସିନ କାର୍ଯ୍ୟ କରୁନାହିଁ. ତେଣୁ ପିଡିଏସ ଚାଉଳ ଓ ରାସନ ସାମଗ୍ରୀ ଲୋକେ ପାଇ ପାରୁନାହାନ୍ତି. ଯଦ୍ୱାରା ଏହି ପଞ୍ଚାୟତର ଲୋକଙ୍କ ଠାରେ ଅସନ୍ତୋଷ ଦେଖାଦେଇଛି । ଅତି ତୁରନ୍ତ ପଞ୍ଚାୟତ କାର୍ଯାଳୟରେ ବୁଦ୍ୟୁତ ବ୍ୟବସ୍ଥାକୁ ସଜାଡି ପିଡିଏସ ଚାଉଳ ଓ ରେସନ ସାମଗ୍ରୀ ଯୋଗାଇ ଦିଆଯଉ ବୋଲି ସାଧାରଣରେ ଦାବି ହୋଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ