ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ଦାନ ଜାରି

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଚାଲିଥିବା ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ସହଯୋଗର ହାତବଢାଇ ଚାଲିଛନ୍ତି ଜଗନ୍ନାଥ ପ୍ରେମୀ ବା ଶ୍ରଦ୍ଧାଳୁ । ଏହି ପରିପ୍ରେକ୍ଷୀରେ ନିର୍ମାଣ କାର୍ଯ୍ୟ ଲାଗି ବ୍ୟବହୃତ ବିଭିନ୍ନ କାମରେ ନିୟୋଜିତ ଶ୍ରମିକଙ୍କ ପାରିଶ୍ରମିକ ଆଦି ପାଇଁ ଲୋକେ ଯାହାର ଯେତିକି ସାମର୍ଥ୍ୟ ଅନୁସାରେ ସ୍ୱଇଚ୍ଛାରେ ପ୍ରଦାନ କରୁଛନ୍ତି । ଏପରି ଭକ୍ତ ବା ଶ୍ରଦ୍ଧାଳୁମାନେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ସକାଶେ ବେଶ ମନବଳାଇ ଆଗଭର ହୋଇ ସହାୟତା ପ୍ରଦାନ କରୁଥିବାର ଲକ୍ଷ୍ୟ କରାଯାଉଛି । ସହରର ଜଗନ୍ନାଥ ଭକ୍ତ ତଥା ପାରଳା ସହରର ମୂଳ ବାସୀନ୍ଦା ଆନ୍ଧ୍ରର ବିଶାଖାପାଟଣା ଠାରେ ରହୁଥିବା ପଣ୍ଡିତ ନାଗଭୂଷଣ ପାଣିଗ୍ରାହୀ ତାଙ୍କ ପତ୍ନୀ ସ୍ୱର୍ଗତ ପି. ଲଳିତା ପାଣିଗ୍ରାହୀଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ୧୦ହଜାର ହଜାର ଟଙ୍କା ସମାଜସେବୀ ଦୁର୍ଗାମାଧବ ପାଣିଗ୍ରାହୀଙ୍କୁ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ