ଅଗ୍ନିପଥ ସ୍କିମକୁ ନେଇ ବିରୋଧ ବାତିଲ୍ କରି ପୁନଃ ବିଚାର କରିବା ଦାବୀ

ଛତ୍ରପୁର, (ଦେବଦତ୍ତ ମହାରଣା) :-କେନ୍ଦ୍ର ସରକାରଙ୍କ ଅଗ୍ନିପଥ ସ୍କିମକୁ ନେଇ ସବୁଠି ବିରୋଧ ଜାରି ରହିଛି । ସବୁଠି ଯୁବକ ମାନେ ଏହାକୁ ବିରୋଧ କରିବା ସହ ଏହା ଉପରେ ପୁନଃ ବିଚାର ଦାବୀ କରିଛନ୍ତି । କେନ୍ଦ୍ରସରକାରଙ୍କ ଯୁବ ମାରଣ ନୀତି ବା ଜିଲ୍ଲାର ହଜାର ହଜାର ଆର୍ମି ପରୀକ୍ଷିତ ଯୁବକ ମାନଙ୍କୁ ବିଶ୍ୱାସ ଘାତକ କରି ଅଗ୍ନପଥ ସ୍କିମ ଦ୍ୱାରା ନିଯୁକ୍ତିରୁ ବଞ୍ଚିତ କରିଥିବାରୁ ଏନେଇ ଆଜି ଗଞ୍ଜାମ ଜିଲାର ବହୁ ଯୁବକ ମାନେ ଛତ୍ରପୁର ସ୍ଥିତ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବା ସହ ଏହି ଅଗ୍ନିପଥ ସ୍କିମକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବୀନେଇ ଅତିରିକ୍ତ ଜିଲାପାଳଙ୍କୁ ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯୁବକମାନେ କହିବା ମୁତାବକ ମାର୍ଚ୍ଚ ୨୦୨୧ ରେ ସେନା ନିଯୁକ୍ତି ନେଇ ମେଡିକାଲ ଓ ଫିଜିକାଲ ଟେଷ୍ଟ ଦେଇଥିଲେ କିନ୍ତୁ ରିଟର୍ଣ୍ଣପରୀକ୍ଷା ହୋଇନଥିବା ବେଳେ ପରବର୍ତୀ ସମୟରେ ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ବିଜ୍ଞପ୍ତିକୁ ରଦ୍ଦ କରାଯାଇଥିଲା । ତେଣୁ ତୁରନ୍ତ ପରୀକ୍ଷା କରାଯାଉ । ସେହିପରି ବସୟ ସୀମା ୨୩ ବର୍ଷ କରିବା ଦାବୀ ହୋଇଛି । ଅଗ୍ନିପଥ ସ୍କିମରେ ସେନାରେ ୪ବର୍ଷ ପାଇଁ କାମ କରିବା ପରେ ଅବସର ରହିଛି ତେଣୁ ଅବସର ନେବା ପରେ ଆମ୍ଭେମାନେ କଣ କରିବୁ ବୋଲି ଯୁବକ ମାନେ ପ୍ରଶ୍ନ କରିଥିଲେ । ଏନେଇ ଆଜି ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନରେ ବିଭିନ୍ନ ଅଚଂଳରୁ ଯୁବକମାନେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ