ଓଡ଼ିଆ ପରମ୍ପରା ବଞ୍ଚେଇବାକୁ ପ୍ରୟାସ : ସହରରେ ଗାଁର ରଜ ଝଲକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡ଼ିଆ ପରମ୍ପରା ବହନ କରୁଥିବା ବଡ଼ପର୍ବ ବଞ୍ଚାଇ ରଖିବାକୁ ଅଣ୍ଟା ଭିଡ଼ିଛନ୍ତି ଗାଁ ବାସିନ୍ଦାଙ୍କ ସହ ସହର ବାସିନ୍ଦା । ଏବେ ସହରର କଲୋନୀ ରେ ଗାଁର ରଜ ଉତ୍ସବର ଝଲକ । ବି.ଏମ.ସି.ର ୫୯ନଂ ୱାର୍ଡ଼ ନୂଆ ଗାଁ ଗ୍ରାମୀଣ ରଜ ମହୋତ୍ସବ ୨୦୨୨ ସ୍ଥାନୀୟ ମାରୁତୀ ନଗର ମହୋତ୍ସବ ପଡ଼ିଆଠାରେ ଆରମ୍ଭ ହୋଇଥିବା ରଜ ସହୋତ୍ସବ ଗୁରୁବାର ଉଜ୍ଜାପିତ ହୋଇଯାଇଛି । ନୂଆ ଗାଁ ଗ୍ରାମ୍ୟ କମିଟି ଓ ମାରୁତୀ ନଗର ବାସିନ୍ଦାଙ୍କ ସହଯୋଗରେ ଆୟୋଜିତ ରଜ ମହୋତ୍ସବରେ ମୁଖ୍ୟ ଅତିଥିଭାବେ ପଦ୍ମଶୀ ପ୍ରଭାକର ମହାରଣା, ସମ୍ମାନୀତ ଅତିଥି ଭାବେ ପ୍ରକ୍ତନ କର୍ନେଲ ପ୍ରିୟଲତା ଦାଶ, ସ୍ଥାନୀୟ କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର ଯୋଗ ଦେଇ ଭୁୟଶୀ ପ୍ରଶଂସା କରିଥିଲେ । ଉତ୍ସବରେ ରଜ କୁଆଁରୀ ପୁଚି, ଶଙ୍ଖଧ୍ୱନୀ, ହୁଳହୁଳି, ରଜ ଅଳତା, ରଜ ପାନ, ପୋଡ଼ ପିଠା, ମୁରୁଜ, ରଙ୍ଗୋଲି ଆଦିରେ ହୋଇଥିବା ପ୍ରତିଯୋଗିତାରେ କୃତି କୁଆଁରୀମାନଙ୍କୁ ଉତ୍ସବରେ ପୁରସ୍କୃତ କରାଯାଇଥିଲା । ମୀନା ବଜାର, ଶାଢୀ, ମେହେନ୍ଦି, ଦୋଳିର ବିଭିନ୍ନ ଦୋକାନମାନ ଖୋଲାଯାଇଥିଲା । ସେହିଭଳି କୃତି ବ୍ୟକ୍ତିତ୍ୱଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା । ଗ୍ରାମ୍ୟ କମିଟି ଆବାହକ ଚିନ୍ମୟ ବଡ଼ଜେନା, ବୃନ୍ଦାବନ ସାହୁ, ବସନ୍ତ କୁମାର ବରାଳ, ସଂଜୟ ଗିରି, ଅଶ୍ୱିନୀ କୁମାର ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ ଓ କଲୋନୀ ବାସିନ୍ଦା ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ