କୃଷକ ବିକାଶ ସମବାୟ ସମିତି ଲିଃ ନିର୍ବାଚନ : ପ୍ରମୋଦ ସାହୁ ନିଦ୍ୱର୍ନ୍ଦରେ ସଭାପତି ନିର୍ବାଚିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କୃଷକ ବିକାଶ ସମବାୟ ସମିତି ଲିଃ ସଭାପତି ଭାବରେ ଶୁକ୍ରବାର ବିଶିଷ୍ଟ ସମବାୟ ବିତ୍ ତଥା ଚାଷୀଙ୍କନେତା ପ୍ରମୋଦ ସାହୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ସାହୁ ଏକମାତ୍ର ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ନିର୍ଦ୍ଦେଶକ ଅଭୟ ସାମଲ ତାଙ୍କର ପ୍ରସ୍ତାବକ ଥିବା ବେଳେ ଅନ୍ୟତମ ନିର୍ଦ୍ଦେଶକ ଦିଲୀପ ମହାନ୍ତି ସମର୍ଥକ ରହିଥିଲେ । ପ୍ରାର୍ଥୀପତ୍ର ଦାଖଲ ସମୟ ଅତିବାହିତ ହେବା ପରେ ନିର୍ବାଚନ ଅଧିକାରୀ ବିକାସ ତରାଇ ଶ୍ରୀ ସାହୁଙ୍କୁ କୃଷକ ସମବାୟ ସମିତି ଲିଃର ସଭାପତି ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ । ଅନ୍ୟ ସମସ୍ତ ନିର୍ଦ୍ଦେଶକ ଏହି ନିର୍ବାଚନ ସମୟରେ ଉପସ୍ଥିତ ଥିଲେ । ଶ୍ରୀ ସାହୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବାରୁ ଚାଷୀସମୁହ ଓ ସମବାୟ ପ୍ରେମୀଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି । ଏହି ବିଜୟ ପାଇଁ ଶ୍ରୀ ସାହୁଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଥିବା ଦେଖାଯାଇଛି ।


